ଜାନୁଆରୀ ୨୫ ଯାଏ ଉପକୂଳରେ ଘନ କୁହୁଡି, ୨୮ ପର୍ଯ୍ୟନ୍ତ ବର୍ଷା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଜାନୁଆରୀ ୨୫ ଯାଏ ଉପକୂଳରେ ଘନ କୁହୁଡି, ୨୮ ପର୍ଯ୍ୟନ୍ତ ବର୍ଷା!

fog

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଓଡ଼ିଶାରେ ପ୍ରବଳ କୁହୁଡ଼ି ହେଉଛି। ଏଥିଯୋଗୁ ସାଧାରଣ ଜୀବନ ଗଭୀର ଭାବେ ପ୍ରଭାବିତ ହେଉଛି। ତେବେ ଜାନୁଆରୀ ୨୫ ଯାଏ ଓଡ଼ିଶାବାସୀ କୁହୁଡ଼ି କବଳରୁ ବର୍ତ୍ତିବେ ନାହିଁ। ବିଶେଷ କରି ୨୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ କୁହୁଡ଼ି ହେବ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆସନ୍ତା ୨୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଆଡୁ ଓଡ଼ିଶାକୁ ପଶ୍ଚିମ ବାୟୁ ପ୍ରବାହିତ ହେଉଛି।

ଏଥିସହ ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହେବା ଫଳରେ ଅଳ୍ପ ମାତ୍ରାରେ ଜଳୀୟବାଷ୍ପ ସ୍ଥଳ ଭାଗକୁ ଆସୁଛି। ବାୟୁ ପ୍ରଦୂଷଣ ହେବା ଯୋଗୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ସୃଷ୍ଟି ହେଉଛି। ଏହି ଘନ କୁହୁଡ଼ି ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଘନ କୁହୁଡ଼ି ଯୋଗୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଏବଂ ଖୋର୍ଦ୍ଧାରେ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ନାହିଁ ବୋଲି କେନ୍ଦ୍ର ଆକଳନ କରିଛି।

ସେହିପରି ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ନୟାଗଡ଼ ଓ ଯାଜପୁରରେ ମଧ୍ୟ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ।
ଜାନୁଆରୀ ୨୪ ଓ ୨୫ ତାରିଖ ମଧ୍ୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟମଧରଣରୁ ଘନକୁହୁଡ଼ିର ପ୍ରଭାବ ରହିବ।

ସେହିପରି ଜାନୁଆରୀ ୨୫ ରାତିରୁ ୨୮ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ଜାନୁଆରୀ ୨୮ ତାରିଖରେ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।



from Odisha Reporter http://bit.ly/2T7D0iX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages