
ବିନିକା (ଦିଲୀପ କୁମାର ସାହୁ):ବାରଣ୍ଡାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। ଆଉ କୋଠରୀ ଭିତରେ ପାଠ ପଢ଼ୁଛନ୍ତି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ବର୍ଷ ବର୍ଷ ଧରି ଏଭଳି ଅବସ୍ଥାରେ ପିଲାମାନେ ପାଠପଢୁ ଥିଲେ ବି ପ୍ରଶାସନର ପଡ଼ିପାରୁନି ନଜର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବାଙ୍କିଘିରିଡ଼ି ଗାଁରେ।
ଦୀର୍ଘ ୧୫ ବର୍ଷ ହେଲାଣି ସହରାଟିକ୍ରା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ୧୭ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତେବେ ଅର୍ଥ, ଭିତ୍ତିଭୂମି ସବୁ ଥାଇ ବି ଦୁଇ ବର୍ଷ ହେବ ସରିପାରୁନି ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ। ୫ଲକ୍ଷ ଟଙ୍କା ବ୍ୟୟରେ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାମ ଚାଲିଛି। ହେଲେ ଆଜି ପର୍ଯ୍ୟନ୍ତ ତାହା ସରିବାର ନା ଧରୁନାହି। ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ କଚ୍ଛପଗତିରେ ନିର୍ମାଣ ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ମଦୁଆମାନଙ୍କ ଆଡ୍ଡାସ୍ଥଳୀ ଜମୁଛି।
ଅଙ୍ଗନବାଡ଼ି ୱାର୍କର ବିଳାସିନୀ ଧରୁଆ କହିଛନ୍ତି,“ ଗତ ୧୫ ବର୍ଷ ହେଲାଣି ସ୍କୁଲ ବାରଣ୍ଡାରେ ପିଲାମାନେ ପାଠପଢ଼ୁଛନ୍ତି। ଫଳରେ ସ୍କୁଲ ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଅସୁବିଧା ହେଉଛି। ଆମ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଅଧା ହୋଇ ରହିଛି। ନିର୍ମାଣ କାର୍ଯ୍ୟ ଶେଷ ହେଲେ ଆମେ ପିଲାମାନେ ପାଠ ପଢ଼ିବା ସହିତ ଖେଳି ମଧ୍ୟ ପାରିବେ।”
ବିନିକା ସିଡିପିଓ ସୁବୋଧିନୀ ହରିପାଲ କହିଛନ୍ତି,“ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ କାମ ଚାଲିଛି। ଏହି ବିଲ୍ଡିଂ କାମ ବ୍ଲକ୍ ଅଫିସ୍ ତରଫରୁ କରାଯାଉଛି। ତେଣୁ ସେମାନେ କହିପାରିବେ ନିର୍ମାଣ କାର୍ଯ୍ୟ ବିଳମ୍ୱ କ’ଣ ପାଇଁ ହେଉଛି। ପିଲାମାନେ ସ୍କୁଲ ବାରଣ୍ଡରେ ବସୁଛନ୍ତି ଯାହା ଉପଯୋଗୀ ନୁହଁ। ଏନେଇ ଆମେ ବିଡିଓ ଓ ଚେୟାରମ୍ୟାନଙ୍କୁ କହିଛୁ।”
from Odisha Reporter http://bit.ly/2T273Zu
No comments:
Post a Comment