ଜାଣନ୍ତୁ, ଚା’ ପିଇବା ସହ କେମିତି ରହିଛି ଭାଗ୍ୟର ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଜାଣନ୍ତୁ, ଚା’ ପିଇବା ସହ କେମିତି ରହିଛି ଭାଗ୍ୟର ସମ୍ପର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସମୟରେ ସକାଳ ହେଉ ଅବା ସନ୍ଧ୍ୟା, ଚା’ ପିଇବା ଅଧିକାଂଶଙ୍କକ ଏକ ରୁଟିନ୍‌ ଅଭ୍ୟାସ ପାଲଟିଛି। କିଛି ଲୋକଙ୍କୁ ଦିନରେ ଚା’ ପିଇବାକୁ ନ ମିଳିଲେ, ଦିନ ଟି ସେମାନଙ୍କୁ ଅଧୁରା ଲାଗିଥାଏ।

ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଚା’ ବିଷୟରେ ଅନେକ କିଛି କୁହାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚା’ର ସମ୍ୱନ୍ଧ ଶନି ଗ୍ରହ ସହ ରହିଛି। ତେଣୁ ଚା’ ପିଇବା ସମୟରେ ୫ଟି ଜିନିଷ ଉପରେ ଧ୍ୟାନ ଦେବା ଜରୁରୀ।

୧. ଯେଉଁ ଲୋକଙ୍କ କୁଣ୍ଡଳୀରେ ଶନି ଗ୍ରହର ଦଶା ଦୁର୍ବଳ ଥିବ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତି ଚା’ ପିଇବା ଅନୁଚିତ୍‌। ବରଂ ସେମାନେ ଅନ୍ୟଙ୍କୁ ଚା’ ତିଆରି କରି ପିଇବାକୁ ଦେବା ଉଚିତ୍‌। ଏପରି କରିବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ହ୍ରାସ ପାଇଥାଏ।

୨. ଯେଉଁ ବ୍ୟକ୍ତିଙ୍କ ଜନ୍ମ କୁଣ୍ଡଳୀରେ ଶନିଙ୍କ ସ୍ଥିତି ମଜବୁତ୍ ରହିଛି, ସେମାନେ ଚା’ ପିଇବା ଉଚିତ୍‌। ଏହା ସହ ସେମାନଙ୍କୁ ଚା’ ବ୍ୟବସାୟ ପାଇଁ ଜ୍ୟୋତିଷ ଶାସ୍ତ୍ରରେ ପରାମର୍ଶ ମଧ୍ୟ ଦିଆଯାଇଛି।

୩. ଯେଉଁ ବ୍ୟକ୍ତି ଅଧିକ କ୍ଷୀର ମିଶ୍ରିତ ଚା’ ପିଅନ୍ତି, ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେମାନେ ସୁଖ ଓ ସମୃଦ୍ଧିର ଜୀବନ ଅତିବାହିତ କରନ୍ତି। ଏମାନେ ଅଧିକ ପରିଶ୍ରମୀ ହେବା ସହ ଜୀବନରେ ଉଚ୍ଚ ପଦ ପାଇଥା’ନ୍ତି।

୪. କିଛି ଲୋକ ମସଲାଯୁକ୍ତ ଚା’ ପିଇବାକୁ ପସନ୍ଦ କରନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି ବ୍ୟକ୍ତିଙ୍କୁ ସଫଳତା ପାଇଁ ଦୀର୍ଘ ସମୟ ଯାଏ ଅପେକ୍ଷା କରିବାକୁ ପଡ଼େ। ତେବେ ବିଳମ୍ୱରେ ହେଉ ପଛେ, ଏମାନଙ୍କୁ ସଫଳତା ନିଶ୍ଚୟ ମିଳିଥାଏ।

୫. ସେହିପରି କିଛି ଲୋକଙ୍କୁ କଳା ଚା’ ପିଇବା ଖୁବ୍‌ ପସନ୍ଦ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ବ୍ୟକ୍ତିମାନେ ବୁଦ୍ଧିଜୀବୀ ହୋଇଥା’ନ୍ତି। ଏମାନଙ୍କର ପ୍ରତିଷ୍ଠା ଦୂର ଦୂରାନ୍ତ ଯାଏ ବିସ୍ତାରି ଥାଏ। ଏହା ସହ ଜୀବନରେ ଏହି ବ୍ୟକ୍ତିମାନେ ଅନେକ ଧନ ମଧ୍ୟ ଉପାର୍ଜନ କରିଥା’ନ୍ତି।



from Odisha Reporter http://bit.ly/2C7DePJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages