ଭାରତ ବନ୍ଦର ଦ୍ୱିତୀୟ ଦିନ: ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନଯାତ୍ରା ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ଭାରତ ବନ୍ଦର ଦ୍ୱିତୀୟ ଦିନ: ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନଯାତ୍ରା ଠପ୍‌

bandh

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିଅନ୍‌ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ଆଜି ହେଉଛି ଦ୍ୱିତୀୟ ଦିନ। କେନ୍ଦ୍ର ସରକାର ଶ୍ରମିକ ମାରଣ ନୀତି ଆପଣାଉଛନ୍ତି ବୋଲି ଅଭିଯୋଗ କରି ଗତକାଲି ଠାରୁ ଦେଶବ୍ୟାପୀ ଦୁଇ ଦିନିଆ ବନ୍ଦ ଡାକରା ଦେଇଛନ୍ତି ୧୦ରୁ ଅଧିକ ଟ୍ରେଡ୍‌ ୟୁନିଅନ୍‌। ପ୍ରାୟ ୨୦ଟି ଶ୍ରମିକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଏହି ଧର୍ମଘଟକୁ ବିଜେଡିର ଶ୍ରମିକ ସାମ୍ମୁଖ୍ୟ ଓ କଂଗ୍ରେସ ସମର୍ଥନ କରିଛନ୍ତି।

ଗତକାଲି ବନ୍ଦର ପ୍ରଥମ ଦିନରେ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସହ ଦୋକାନବଜାର ବନ୍ଦ ରହିଥିଲା। ଗାଡ଼ି ଚଳାଚଳ ସହିତ ଟ୍ରେନ୍ ଚଳାଚଳ ବି ବାଧାପ୍ରାପ୍ତ ହୋଇଥିଲା। ଆଜି ସକାଳୁ ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡ଼ିଛି।

ବାଲେଶ୍ୱର ଜିଲ୍ଲାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ତା’ସହିତ ଶିକ୍ଷାନୁଷ୍ଠାନଗୁଡ଼ିକ ବି ବନ୍ଦ ରହିଛି। ବାଲେଶ୍ୱର ଷ୍ଟେସନ୍‌ରେ ପୁରୀ-ହାୱଡା ପାସେଞ୍ଜର ଅଟକି ରହିଛି।

ରାଉରକେଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଷ୍ଟିଲ୍‌ ପ୍ଲାଣ୍ଟର ବିଭିନ୍ନ ଗେଟ୍ ସମ୍ମୁଖରେ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରୁଛନ୍ତି। ସହରରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ବିଶ୍ରା ଛକରେ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। ଗତକାଲି ସହରର କିଛି ସ୍ଥାନରେ କାଁଭାଁ ଗଣ୍ଡୋଗଳ ହୋଇଥିଲା। ତେଣୁ ଆଜି ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।

ସେହିଭଳି ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଗତକାଲି ଭଳି ଆଜି ବି ବନ୍ଦର ପ୍ରଭାବ ପଡ଼ିଛି। ୬ଟି ରେଲ୍‌ୱେ ସାଇଡିଂ ବନ୍ଦ ରହିଛି। ଏନ୍‌ଏଚ୍‌ ୧୪୩ ଓ ୫୨୦ରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଏହି ଧର୍ମଘଟ ଯୋଗୁ ଆଜି ଦ୍ୱିତୀୟ ଦିନରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସଂପୃକ୍ତ ଜିଲ୍ଲାପାଳମାନେ ଛୁଟି ଘୋଷଣା କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ୨୦ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଜିଲ୍ଳା ଗୁଡ଼ିକର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ବନ୍ଦକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଛୁଟି ସମ୍ପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ଗତକାଲି ଉଚ୍ଚଶିକ୍ଷା ବିଭାଗ କହିଥିଲା। ଏହି ବନ୍ଦର ପ୍ରଥମ ଦିନରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।



from Odisha Reporter http://bit.ly/2AAyRga

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages