
ଯାଜପୁର (ଗୁଲାମ ଗସ୍): ଯାଜପୁର ଟାଉନ ପୁଲିସ ୩ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ବହୁ ଏଟିଏମ୍ କାର୍ଡ଼ ଓ ନଗଦ ୧୫ ହଜାର ଟଙ୍କା ପୁଲିସ ଜବତ କରିଛି। ବିଭିନ୍ନ ଥାନାରେ ଏମାନଙ୍କ ନାମରେ ଏକାଧିକ ମାମଲା ରହିଛି। ଗିରଫ ଅଭିଯୁକ୍ତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିବା ଜଣାପଡ଼ିଛି।
ଏମାନେ ବିଭିନ୍ନ ଏଟିଏମ୍ କାଉଣ୍ଟଟରରେ ରହି ଟଙ୍କା ଉଠାଇବାକୁ ଆସୁଥିବା ଗ୍ରାହକମାନଙ୍କଠାରୁ ଚତୁରତା ସହ ଏଟିଏମ୍ କାର୍ଡ ବଦଳ କରି ଟଙ୍କା ଲୁଟ୍ କରିନେଇଥାନ୍ତି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରିନାହିଁ।
from Odisha Reporter http://bit.ly/2RJmI3l
No comments:
Post a Comment