
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ମହାପ୍ରୟାଣ ଦିବସ ବା ତିରୋଧାନ ଦିବସରେ ତାଙ୍କ ପ୍ରତିକୃତିକୁ ଗୁଳି ମାରି ଉତ୍ସବ ମନାଇଥିବା ଦକ୍ଷିଣପନ୍ଥୀ ସଂଗଠନ ହିନ୍ଦୁ ମହାସଭା ନେତା ପୂଜା ଶକୁନ୍ ପାଣ୍ଡେ ବିଜେପିର ଦୁଇ ବରିଷ୍ଠ ନେତାଙ୍କ ସହିତ ନଜର ଆସିଥିବା ଜଣାଯାଇଛି।
ପୂଜା ଗତକାଲି ଉତ୍ତରପ୍ରଦେଶର ଆଲିଗଡ଼ଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ନାଥୁରାମ ଗଡ୍ସେ ଗୁଳି କରି ହତ୍ୟା କରିଥିବାର ଅଭିନୟ କରିଥିଲେ। ଏହି ପ୍ରତିକୃତିରୁ ରକ୍ତ ବୋହିବାର ବ୍ୟବସ୍ଥା ମଧ୍ୟ ହୋଇଥିଲା। ତାଙ୍କ ସହିତ ସଂଗଠନର ଅନ୍ୟ ନେତାମାନେ ମଧ୍ୟ ଥିଲେ। ନାଥୁରାମ ଗଡ୍ସେ ମଧ୍ୟ ହିନ୍ଦୁ ମହାସଭାର ସଦସ୍ୟ ଥିବାରୁ ଏହି ପ୍ରଚଣ୍ଡ ହିନ୍ଦୁତ୍ୱବାଦୀ ସଂଗଠନ ପକ୍ଷରୁ ପୂର୍ବରୁ ତାଙ୍କର ମନ୍ଦିର ନିର୍ମାଣ ପାଇଁ ମଧ୍ୟ ପ୍ରୟାସ ହୋଇଥିଲା।
ଏହି ଫଟୋରେ ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ହିନ୍ଦୁତ୍ୱବାଦୀ ବିଜେପି ନେତା ଉମା ଭାରତୀ ଥିଲେ। ୨୦୧୭ ମସିହା ମାର୍ଚ୍ଚ ୧୯ରେ ଏହି ଫଟୋ ପୂଜାଙ୍କ ଆକାଉଣ୍ଟରେ ଅପ୍ଲୋଡ୍ ହୋଇଥିଲା, କିନ୍ତୁ ପର ମୂହୁର୍ତ୍ତରେ ଡିଲିଟ୍ ହୋଇଯାଇଥିଲା।
ଯେଉଁଦିନ ସମଗ୍ର ଦେଶ ମହାତ୍ମା ଗାନ୍ଧିଙ୍କ ୭୧ତମ ଶ୍ରାଦ୍ଧବାର୍ଷିକୀ ପାଳନ କରୁଥିଲା, ସେହିଦିନ ହିଁ ପୂଜାଙ୍କର ଏକ ଭିଡିଓ ସୋଶାଲ ମିଡିରେ ଭାଇରାଲ ହୋଇଥିଲା। ସେ ଗେରୁଆ ବସ୍ତ୍ର ପିନ୍ଧିଥିଲେ ଏବଂ ଗାନ୍ଧିଙ୍କ ପ୍ରତିକୃତିକୁ ଗୁଳି କରିବା ପରେ ଗଣମାଧ୍ୟମକୁ କହିଥିଲେ ତାଙ୍କ ସଂଗଠନ ଏହି ହତ୍ୟାର ନାଟ୍ୟ ରୂପାନ୍ତରକୁ ଏକ ପରମ୍ପରାରେ ପରିଣତ କରାଯାଇଛି। ଦଶହରାରେ ରାବଣ ପୋଡ଼ି ଭଳି ଏହା ଏକ ବାର୍ଷିକ ଉତ୍ସବ ହେବ।
ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହତ ଜଣକୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ଶିବରାଜ ଟ୍ୱିଟ୍ କରି କହିଛନ୍ତି, “ଅଶିକ୍ଷା, ଗରିବୀ ଏବଂ ହିଂସା ଦୂର କରି ନୂତନ ଏବଂ ସୁସୃଢ଼ ଭାରତ ଗଠନ କରିବା ଜାତିର ପିତାଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।”
from Odisha Reporter http://bit.ly/2SfzvcZ
No comments:
Post a Comment