ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

w2-4

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳରେ ଶୀତର ଲହରୀ ଜାରି ରହିଛି। ଆଜି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲିସିୟସ ରହିଥିବା ବେଳେ ଫୁଲବାଣୀରେ ୬.୮ ଡିଗ୍ରୀ ସେଲିସିୟସ୍‌ ରେକର୍ଡ କରାଯାଇଛି। ହାଡ଼ଭଙ୍ଗା ଜାଡ଼ ଯୋଗୁ ସାଧାରଣ ଲୋକେ ବହୁତ ହଇରାଣ ହେଉଛନ୍ତି।

ଗତକାଲି ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀକୁ ଖସି ଆସିଥିଲା। ଫଳରେ ଅନେକ ଅଞ୍ଚଳରେ ତୁଷାରପାତ ହୋଇଥିଲା। ଗ୍ରୀନବାଡ଼ି, ଲାଇନ୍ପଡ଼ା, ସାରିଙ୍ଗୀଇର୍ପି,ବି.ଡକେବାଡି ଓ କିଲାବାଡ଼ି ଆଦି ଅଞ୍ଚଳରେ ତୁଷାରପାତ ହୋଇଥିଲା।

ଡିସେମ୍ବର ଶେଷ ସପ୍ତାହ ଓ ଜାନୁଆରୀ ମାସ ଆରମ୍ଭରେ ମଧ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ତୁଷାରପାତ ହୋଇଥିଲା। ଡିସେମ୍ବର ୩୦ ତାରିଖରେ ଏଠାରେ ସର୍ବନିମ୍ନ ତାପମାତ୍ର ୩ ଡିଗ୍ରୀ ରହିଥିଲା। ସେହିପରି ଡିସେମ୍ବର ୩୧ ତାରିଖରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୨.୮ ଡିଗ୍ରୀ ହୋଇଯାଇଥିଲା। ସେତେବେଳେ ବି ଏ ଅଞ୍ଚଳରେ ତୁଷାରପାତ ହୋଇଥିଲା।

ମେଘୁଆ ପାଗ ଛାଡ଼ି ଯିବା ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ପୁଣି ଶୀତ ଅନୁଭୂତ ହେଉଛି।



from Odisha Reporter http://bit.ly/2HII0cw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages