
ସିଡ୍ନୀ: ଲଗାତାର ବ୍ୟାଟିଂରେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ନିରାଶ କରି ଆସିଥିବା ଲୋକେଶ ରାହୁଲ ଏବେ ଅମ୍ପୟାରଙ୍କ ହୃଦୟ ଜିତିବା ସହିତ ସମଗ୍ର ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିଛନ୍ତି। ସିଡ୍ନୀଠାରେ ଖେଳାଯାଇଥିବା ଶନିବାର ମ୍ୟାଚ୍ର ତୃତୀୟ ଦିନରେ ସେ ଫିଲ୍ଡ ଅମ୍ପୟାର ଇଆନ୍ ଗୋଲ୍ଡଙ୍କ ହୃଦୟ ଜିତିଥିବା ଜଣାଯାଇଛି।
A good effort from Rahul and he immediately says it bounced. Great stuff. Umpire Gould a big fan of it #CloseMatters#AUSvIND | @GilletteAU pic.twitter.com/7nA0H5Lsc7
— cricket.com.au (@cricketcomau) January 4, 2019
ମିଡ୍ଅନ୍ରେ ଫିଲ୍ଡିଂ କରୁଥିବା କେଏଲ୍ ରାହୁଲ ମାର୍କସ୍ ହାରିସ୍ଙ୍କ ବ୍ୟାଟ୍ରୁ ମିଳିଥିବା ତଳୁଆ କ୍ୟାଚ୍ ନେବାକୁ ଏକ ଉଲ୍ଲେଖନୀୟ ପ୍ରୟାସ କରିଥିଲେ। ଖାଲି ଆଖିରୁ ଯାହା ଜଣାପଡ଼ୁଥିଲା ସେ ଡାଇଭ୍ ମାରି ପ୍ରଶଂସନୀୟ କ୍ୟାଚ୍ଟିଏ ହାତେଇନେଇଛନ୍ତି। କିନ୍ତୁ ରାହୁଲ ନିଜଆଡ଼ୁ ସିଗ୍ନାଲ୍ ଦେଇଥିଲେ ଯେ ଏହା ମାଟି ଛୁଇଁବାପରେ ହିଁ ସେ ହାତେଇଛନ୍ତି।
ଗୋଟିଏ ପଟେ ଅନ୍ୟ ଭାରତୀୟ ଖେଳାଳି ମାନେ ୱିକେଟ୍ ଯିବାକୁ ନେଇ ଉତ୍ସବ ମନାଇବା ଆରମ୍ଭ କରିଦେଇଥିଲେ କିନ୍ତୁ ଅନ୍ୟପଟେ ଲୋକେଶ ଅମ୍ପୟାରଙ୍କୁ ସିଗ୍ନାଲ୍ ଦେବାକୁ ଆରମ୍ଭ କରିଥିଲେ ଯେ ଏହି କ୍ୟାଚ୍ରେ ଆଉଟ୍ ସିଗ୍ନାଲ ଦିଆଯାଇପାରିବନି।
ରବୀନ୍ଦ୍ର ଜାଡେଜାଙ୍କ ବୋଲିଂରେ ଏହି କ୍ୟାଚ୍ଟି ଉଠିଥିଲା। କ୍ୟାଚ୍ଟି ମିସ୍ ହେବାପରେ ହାରିସ୍ ୧୨୦ ବଲ୍ରୁ ୭୯ ରନ୍ କରିପାରିଥିଲେ। ଏହାବଳରେ ଅଷ୍ଟ୍ରେଲିଆର ସ୍କୋର ତୃତୀୟ ଦିନର ମଧ୍ୟାହ୍ଣ ଭୋଜନ ବିରତି ଯାଏ ୧୨୨ରେ ପହଞ୍ଚିଯାଇଥିଲା।
from Odisha Reporter http://bit.ly/2BZLgu1
No comments:
Post a Comment