ପ୍ରଦେଶ କଂଗ୍ରେସ ଗଢ଼ିଲା ଆଇନ ସେଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ପ୍ରଦେଶ କଂଗ୍ରେସ ଗଢ଼ିଲା ଆଇନ ସେଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି ନିଜର ଆଇନ ସେଲ୍ ଗଠନ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ ଆଇନ ସେଲ୍ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ରଙ୍କ ସୁପାରିସ ଆଧାରରେ ଏହି ନବନିଯୁକ୍ତ କମିଟିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ନିଖିଳ ଭାରତ କଂଗ୍ରେସ କମିଟି ଆଇନ ସେଲ୍ ଅଧ୍ୟକ୍ଷ ବିବେକ ତନଖା ଅନୁମୋଦନ କରିଛନ୍ତି।

ଶ୍ରୀ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶା ପିସିସି ଆଇନ ସେଲର ରାଜ୍ୟ କମିଟି ଉପଦେଷ୍ଟା କମିଟିରେ ଶକ୍ତିଧର ଦାସ, ଗଣେଶ୍ୱର ରଥ, ରମାକାନ୍ତ ମହାନ୍ତି, ଧରଣୀଧର ନାୟକ, ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ, ରମାକାନ୍ତ ସାହୁ, ଉମାବଲ୍ଲଭ ମହାପାତ୍ର, ଜହିଦୂର ରହେମାନ, ଉମାକାନ୍ତ ନନ୍ଦ, ସ୍ମିତରଞ୍ଜନ ପଟ୍ଟନାୟକ, ସୁରେନ୍ଦ୍ରନାଥ କର, ନିରୋଜ କୁମାର ମହାପାତ୍ର, ସଂଗ୍ରାମ କେଶରୀ ପ୍ରଧାନ, ବିଚିତ୍ର କୁମାର ବଡ଼ଜେନା, ମାଗୁଣି ପଲାଇ, ପି. ରମେଶ ପାତ୍ର, ସୁଧାଂଶୁ ଆଚାର୍ଯ୍ୟ, ଅଜୟ କୁମାର ବରାଳ, ଅକ୍ଷୟ କୁମାର ନାୟକ, ଶରତ କୁମାର ରଥ ପ୍ରମୁଖ ସଦସ୍ୟ ଅଛନ୍ତି।

ସେହିପରି ଆଇନ ସେଲ୍ ଉପାଧ୍ୟକ୍ଷ ଭାବେ ସୁଦାମ ଚରଣ ଦାସ, ସନ୍ତୋଷ ଚୌଧୁରୀ, ଆତ୍ମ ପ୍ରକାଶ ମହାନ୍ତି, ଉପେନ୍ଦ୍ରନାଥ ମିଶ୍ର, ବିଜୟ ପ୍ରଧାନ, ମହମ୍ମଦ ଜିଆ ଉଲ-ହକ୍, ଗୋପବନ୍ଧୁ ମିଶ୍ର, କାମଦେବ କାନୁନଗୋ, ତାରିଣୀ ପାଣିଗ୍ରାହୀ ଓ ରାଜକିଶୋର ପ୍ରଧାନ ଏବଂ ସାଧାରଣ ସଂପାଦକ ଭାବରେ ଅଶୋକ ପାତ୍ର,ବାସୁଦେବ ମିଶ୍ର, ଦେବାଶିଷ ପାଣିଗ୍ରାହୀ, ରଞ୍ଜନ କୁମାର ନାୟକ, ଅଶୋକ ଛୋଟରାୟ, ସିଦ୍ଧାର୍ଥ ମହାନ୍ତି, ମୁକ୍ତିକାନ୍ତ ଦାସ, ପ୍ରମୋଦ କୁମାର ତ୍ରିପାଠୀ, ନୃସିଂହନାଥ ମିଶ୍ର, ଉପେନ୍ଦ୍ର ସାମନ୍ତରାୟ, ଚିତ୍ତରଞ୍ଜନ ବେହେରା, ଆଲୋକ କୁମାର ନନ୍ଦ, ସରୋଜ କୁମାର ପଣ୍ଡା ଓ ସରୋଜ ବରାଳ ପ୍ରମୁଖ ରହିଛନ୍ତି ।

ସେହିଭଳି ସମ୍ପାଦକ ଭାବରେ ନିହାର ରଞ୍ଜନ ବଳ, ଶରତ ରାଉତରାୟ, କବୀର କୁମାର ଜେନା, ପ୍ରଣୟ ଦାସ, ସୌଭାଗ୍ୟ ମିଶ୍ର, ମନୋଜ ନାୟକ, ସାରଦା ପ୍ରଧାନ, କୋଦଣ୍ଡ ଭୂୟାଁ, ମନୋରଞ୍ଜନ ବେହେରା, ଦିଲ୍ଲୀପ ମହାପାତ୍ର, ବିରେନ୍ଦ୍ର ଭୂଷଣ ହୋତା, ଦେବୀ ପ୍ରସାଦ ମହାନ୍ତି, ବାଳକୃଷ୍ଣ ମହାପାତ୍ର ଓ ପ୍ରକାଶ ମୁଦୁଲି ପ୍ରମୁଖ ରହିଛନ୍ତି ।

ସେହିଭଳି ଆଇନ ସେଲ୍ ଜିଲ୍ଲା ଅଧ୍ୟକ୍ଷ ଭାବେ ଯାଜପୁର-ନିତାଇଚାନ୍ଦ ମହାନ୍ତି, କଟକ – ଦିଲ୍ଲିପ ମହାରଣା, କଟକ ନଗର–ଗଙ୍ଗାଧର ସାମଲ, କୋରାପୁଟ–ହରିଶ ଚନ୍ଦ୍ର ମୁଦୁଲି, ନବରଙ୍ଗପୁର–ରାମପ୍ରସାଦ ପାତ୍ର, ସୁନ୍ଦରଗଡ-ପ୍ରଣବ ସିଂ, ସୋନପୁର–ଗୌରୀଶ୍ୟାମ ପଣ୍ଡା, ବଲାଙ୍ଗୀର-ଅରବିନ୍ଦାକ୍ଷ ପୂଜାରୀ, କେନ୍ଦ୍ରାପଡା –ରବି ନାରାୟଣ ମହାନ୍ତି, ବାଲେଶ୍ୱର –ସେକ୍ ବସିର ମହମ୍ମଦ, ଭଦ୍ରକ – ନିଶିକାନ୍ତ ନାୟକ, ନୟାଗଡ–କାର୍ତ୍ତିକ ନାୟକ, ଝାରସୁଗୁଡ଼ା – ସୁରେନ୍ଦ୍ର କୁମାର ମହାପାତ୍ର,ବରଗଡ – ପଞ୍ଚାନନ ମିଶ୍ର, ଗଜପତି – ସୁବାସ ସାହୁ, ଜଗତସିଂହପୁର-ନାରଣ ମହାନ୍ତି, ସମ୍ବଲପୁର –ମନୋରଞ୍ଜନ ଦାସ, ଖୋର୍ଦ୍ଧା – ଶିଶିର ପରିଡା, ଦେବଗଡ –ତାପସ କୁମାର ମହାପାତ୍ର, ଅନୁଗୁଳ – ଗଣେଶ କୁମାର ସାହୁ, ନୂଆପଡା -ଧର୍ମବୀର ଯୋଶୀ, କନ୍ଧମାଳ-ପିତାମ୍ବର ସାହୁ, ଭୁବନେଶ୍ୱର – ମିତ୍ରଭାନୁ ମହାପାତ୍ର, ମୟୁରଭଞ୍ଜ – ଜ୍ୟୋତିପ୍ରକାଶ ରଥ, ରାଉରକେଲା – ସରୋଜ କୁମାର ଲେଙ୍କା, କେନ୍ଦୁଝର – ଆନନ୍ଦ କୁମାର ସାହୁ, ଢେଙ୍କାନାଳ – ପଙ୍କଜ ଲୋଚନ ସାହୁ, ରାୟଗଡା–ସୁନିଲ ଚନ୍ଦ୍ର ପଟ୍ଟନାୟକ, ମାଲକାନଗିରି–ଶିଶିର ମହାପାତ୍ର, ବୌଦ୍ଧ-ସୁଧୀର କୁମାର କର୍ଣ୍ଣ, ପୁରୀ – ପୁଷ୍କର ମହାପାତ୍ର ଓ କଳାହାଣ୍ଡି ଜିଲ୍ଲା ପାଇଁ ସୁରେଶ ପଣ୍ଡା ନିଯୁକ୍ତ ହୋଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଆଇନ ବିଭାଗର ପ୍ରଭାରୀ ବିଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।



from Odisha Reporter http://bit.ly/2VyJKIu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages