ଡ୍ୟାନ୍ସ ବାର୍‌ କଟକଣା କୋହଳ କଲେ ସୁପ୍ରିମ୍‌କୋର୍ଟ, ବିକ୍ରି ହୋଇପାରିବ ମଦ, ଟଙ୍କା ବର୍ଷାକୁ ନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଡ୍ୟାନ୍ସ ବାର୍‌ କଟକଣା କୋହଳ କଲେ ସୁପ୍ରିମ୍‌କୋର୍ଟ, ବିକ୍ରି ହୋଇପାରିବ ମଦ, ଟଙ୍କା ବର୍ଷାକୁ ନା

ମୁମ୍ବାଇ: କୋହଳ ହେଲା ଡ୍ୟାନ୍ସବାର୍‌ଗୁଡ଼ିକ ଉପରେ ମହାରାଷ୍ଟ୍ର ସରକାର ଲଗାଇଥିବା କଟକଣା। ଏବେ ଏପରି ବାର୍‌ ପରିସରରେ ମଦ ବିକ୍ରି ହୋଇପାରିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ସୁପ୍ରିମ୍‌କୋର୍ଟ।

ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ମହାରାଷ୍ଟ୍ର ସରକାର ଡ୍ୟାନ୍ସ ବାର୍‌ ଚଲାଇବାର ଲାଇସେନ୍ସ ପାଇଁ ସ୍ଥିର କରିଥିବା ସର୍ତ୍ତ କୋହଳ କରିବା ସହିତ କହିଛନ୍ତି, “ନିୟମ ରହିପାରିବ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇପାରିବ ନାହିଁ।”

ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାର୍‌ରୁମ୍‌ରେ ଅଶ୍ଲୀଳ ନୃତ୍ୟ ଏବଂ ମହିଳାଙ୍କ ମର୍ଯ୍ୟାଦା ରକ୍ଷା ଆଇନ ୨୦୧୬ରେ କିଛି ପରିବର୍ତ୍ତନ ଆଣିଛନ୍ତି ଜଷ୍ଟିସ୍‌ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ। ଏହି ଖଣ୍ଡପୀଠ ଆହୁରି ମଧ୍ୟ ସନ୍ଧ୍ୟା ୬ଟାରୁ ରାତି ୧୧.୩୦ ଯାଏ ଏହି ସବୁ ବାର୍‌ ଚାଲିପାରିବ ଏବଂ ବାର୍‌ ପରିସରରେ ମଦ ବିକ୍ରି ହୋଇପାରିବ ବୋଲି ଅନୁମତି ଦେଇଛନ୍ତି।

ବାର୍‌ ପରିସରରେ ସିସିଟିଭି ଲଗାଇବା ପାଇଁ ରହିଥିବା ପ୍ରସ୍ତାବକୁ ଗୋପନୀୟତା ଦୃଷ୍ଟିରୁ ମନା କରିଛନ୍ତି ସୁପ୍ରିମ୍‌କୋର୍ଟ। ଏତଦ୍‌ ବ୍ୟତୀତ ଡ୍ୟାନ୍ସରମାନଙ୍କ ଉପରେ ଟଙ୍କା ବର୍ଷା କରାଯାଇପାରିବନି ଏବଂ ଏହା ବଦଳରେ ନୃତ୍ୟ ପ୍ରଦର୍ଶନକାରୀଙ୍କୁ ଟିପ୍ସ ଆକାରରେ ଟଙ୍କା ଦିଆଯାଇପାରିବ ବୋଲି ଅନୁମତି ଦିଆଯାଇଛି।

କୌଣସି ଧର୍ମାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନର ୧ କିଲୋମିଟର ଦୂରବର୍ତ୍ତୀ ଅଞ୍ଚଳରେ ଏହି ଡ୍ୟାନ୍ସବାର୍‌ଗୁଡ଼ିକ ଚାଲିପାରିବ ବୋଲି ଅନୁମତି ଦିଆଯାଇଛି।

ଗତ ବର୍ଷ ମହାରାଷ୍ଟ୍ର ସରକାର ବାର୍‌ ଲାଇସେନ୍ସ ରଦ୍ଦ କରିବା ନେଇ ଶୀର୍ଷ ଅଦାଲତ ପ୍ରଶ୍ନ କରିଥିଲେ, ରାଜ୍ୟ ସରକାର କ’ଣ ନୈତିକ ପଲିସିଂ ଆରମ୍ଭ କରିଛନ୍ତି। ସମୟ ବଦଳିବା ସହିତ ଅଶ୍ଲୀଳତାର ସଂଜ୍ଞା ମଧ୍ୟ ବଦଳିଛି ବୋଲି କୋର୍ଟ କହିଥିଲେ।

ଏହାର ପ୍ରତିକ୍ରିୟାରେ ମହାରାଷ୍ଟ୍ର ସରକାର କହିଥିଲେ, “ଏହା ମହାରାଷ୍ଟ୍ରର ସଂସ୍କୃତି ବିରୋଧୀ, ସାମଜିକ କଳଙ୍କ ଏବଂ ଯୁବବର୍ଗଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।”



from Odisha Reporter http://bit.ly/2RRit4H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages