ପାକିସ୍ତାନରେ ସଲ୍‌ମାନ୍‌ ଖାନ୍‌ ! ଭାଇରାଲ୍‌ ହେଉଛି ଭିଡ଼ିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

ପାକିସ୍ତାନରେ ସଲ୍‌ମାନ୍‌ ଖାନ୍‌ ! ଭାଇରାଲ୍‌ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ରେ ସଲମାନ୍‌ ଖାନ୍‌ଙ୍କର ଏକ ଭିଡ଼ିଓ ଭାଇରାଲ୍‌ ହେବାରେ ଲାଗିଛି। ୧୪ ସେକେଣ୍ଡର ଏହି ଭିଡ଼ିଓ କ୍ଲିପ୍‌ରେ ସଲ୍‌ମାନ୍‌ ବାଇକ୍‌ ସାଇଡ୍‌ କରି ଗାଡ଼ି ସଜାଡି ରଖୁଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଉଛି, ଭିଡିଓରେ ଥିବା ସ୍ଥାନୀଟି ଆମ ଦେଶର କୌଣସି ସ୍ଥାନ ନୁହେଁ ବରଂ ପାକିସ୍ତାନର କରାଚିସ୍ଥିତ ଗୋଲ୍ଡ ମାର୍କେଟ୍‌ ବୋଲି ଜଣାପଡିଛି।

ଯେଉଁଥିରେ ସଲ୍‌ମାନ୍‌ ଗୋଟିଏ ଗ୍ରେ କଲର୍‌ର ଫୁଲ୍‌ ସ୍ଲିଭ୍‌ ଥିବା ଟି-ସର୍ଟ ପିନ୍ଧିଛନ୍ତି ଏବଂ ପାର୍କିଂରେ ଥୁଆ ହୋଇଥିବା ବାଇକ୍‌କୁ ସାଇଜ୍‌ କରି ରଖୁଛନ୍ତି।

ଭିଡ଼ିଓଟି ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ଅନେକ ୟୁଜର୍‌ ପ୍ରତିକ୍ରିୟା ରଖିଛନ୍ତି। ପ୍ରଥମତଃ ସଲ୍‌ମାନ୍‌ ଖାନ୍‌ ପାକିସ୍ତାନରେ କ’ଣ କରୁଛନ୍ତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। କେହି କେହି ୟୁଜର୍‌ କମେଣ୍ଟ୍‌ ଦେଇ କହିଛନ୍ତି, ସଲ୍‌ମାନ୍‌ ବାଇକ୍‌ରୁ ପେଟ୍ରୋଲ୍ ଚୋରି କରୁଛନ୍ତି। ସେହିପରି ଅନ୍ୟ କିଛି ୟୁଜର୍‌ କହିଛନ୍ତି, ସଲ୍‌ମାନ୍ ତାଙ୍କ ଗାଡ଼ି ରଖିବା ପାଇଁ ଅନ୍ୟଗାଡ଼ିକୁ ସାଇଡ୍‌ କରୁଛନ୍ତି। କିଛି ୟୁଜର୍‌ ଏହି ଭିଡିଓଟିକୁ ସଲ୍‌ମାନ୍‌ଙ୍କୁ ଟ୍ୟାଗ୍‌ କରିଛନ୍ତି ଏବଂ ଏହି ଭିଡ଼ିଓରେ ସେ ଅଛନ୍ତି କି ନାହିଁ ଜଣାଇବା ପାଇଁ ତାଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

କଥାଟା ଶୁଣି ଆପଣଙ୍କ ଅକଲ ଗୁଡୁମ୍‌ ହବଣି। ଯଦି ଆପଣ ସଲମାନ୍‌ଙ୍କ ଫ୍ୟାନ୍‌ ତା ହେଲେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ।

କିନ୍ତୁ ସେମିତି କିଛି ନୁହେଁ ବାସ୍ତବରେ ପାକିସ୍ତାନ୍‌ରେ ଶୁଟ୍‌ ହୋଇଥିବା ଏହି ଭିଡିଓରେ ଥିବା ବ୍ୟକ୍ତି ଜଣକ ସଲମାନ୍‌ ନୁହନ୍ତି ବରଂ ତାଙ୍କ ଭଳି ଦିଶୁଥିବା ଆଉ କେହି। ଯେ, କି ଗାଡି ସାଇଜ୍‌ କରୁଛନ୍ତି। ହେଲେ ଯଦି ଆପଣ ବି ଦେଖିବେ ଧୋକା ଖାଇଯିବେ କାରଣ ଯୁବକ ଜଣକ ପୁରାପୂରି ସଲମାନ୍‌ଙ୍କ ଭଳି ଦିଶୁଛନ୍ତି।

ଏହି ଘଟଣାକୁ ନେଇ ସଲ୍‌ମାନ୍‌ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ବର୍ତ୍ତମାନ ସଲ୍‌ମାନ୍‌ ଖାନ୍‌ ଫିଲ୍ମ ‘ଭାରତ’ର ଶେଷ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ କ୍ୟାଟ୍‌ରିନାଙ୍କୁ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିବ। ‘ଭାରତ’ର ନିର୍ମାତା ଫିଲ୍ମର ଟ୍ରେଲର୍‌କୁ ଗଣତନ୍ତ୍ର ଦିବସରେ ରିଲିଜ୍‌ କରିବା ପାଇଁ ଆଶା ରଖିଛନ୍ତି। ‘ଭାରତ’ ପରେ ସଲ୍‌ମାନ୍‌ ‘ଦବଙ୍ଗ-୩’ର ସୁଟିଂ କରିବେ।



from Odisha Reporter http://bit.ly/2FLWMwE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages