ଶୁକ୍ରବାର ନିର୍ଣ୍ଣାୟକ ମ୍ୟାଚ, ସିରିଜ୍‌ ଜିତିବା ଲକ୍ଷ୍ୟରେ ବିରାଟ୍‌ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

ଶୁକ୍ରବାର ନିର୍ଣ୍ଣାୟକ ମ୍ୟାଚ, ସିରିଜ୍‌ ଜିତିବା ଲକ୍ଷ୍ୟରେ ବିରାଟ୍‌ ବାହିନୀ

ମେଲବର୍ଣ୍ଣ: ଦୀର୍ଘ ୭୧ ବର୍ଷ ପରେ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିଥିବା ଟିମ୍‌ ଇଣ୍ଡିଆ ଏବେ ଦିନିକିଆରେ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜ୍‌ର ନିର୍ଣ୍ଣାୟକ ତଥା ଅନ୍ତିମ ଦିନିକିଆ ଅନୁଷ୍ଠିତ ହେବ। ମେଲବର୍ଣ୍ଣ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ଜିତି ଭାରତ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଦ୍ୱିପାକ୍ଷିକ ସିରିଜ୍‌ ଜିତିବାକୁ ଲକ୍ଷ୍ୟ ରଖିଛି। କାରଣ ଭାରତ ଆଜି ଯାଏ କେବେ ହେଲେ ଅଷ୍ଟ୍ରେଲିଆକୁ ତା’ ଘରୋଇ ମାଟିରେ କୌଣସି ଦ୍ୱିପାକ୍ଷିକ ସିରିଜ୍‌ରେ ହରାଇପାରି ନାହିଁ।

ଭାରତ ୧୯୮୫ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୱାଲର୍ଡ ଚାମ୍ପିୟନଶିପ୍‌ରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା। ସେହିପରି ୨୦୦୮ରେ ସିବି ସିରିଜ୍‌ରେ ଦଳ କଙ୍ଗାରୁ ଟିମକୁ ହରାଇବାକୁ ସକ୍ଷମ ହୋଇଥିଲା। ହେଲେ ଅଷ୍ଟ୍ରେଲିଆ ମାଟିରେ ଭାରତ ଆଜି ଯାଏ କୌଣସି ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିନାହିଁ। କିନ୍ତୁ ଆସନ୍ତାକାଲି ଏ ଇତିହାସ ସୃଷ୍ଟି କରିବାର ସୁଯୋଗ ଟିମ୍‌ ଇଣ୍ଡିଆ ପାଖରେ ରହିବ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଆସନ୍ତାକାଲିର ମ୍ୟାଚ୍‌ ପାଇଁ ୧୧ ଜଣିଆ ଦଳ ଘୋଷଣା କରିଛି। ଏଥିରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଜେସନ ବେହରନ୍‌ଡର୍ଫଙ୍କ ବଦଳରେ ବିଲ୍ଲୀ ଷ୍ଟାଙ୍କଲେକ ଓ ନେଥନ ଲାୟନଙ୍କ ବଦଳରେ ରିଷ୍ଟ ସ୍ପିନର ଆଡାମ ଜାମ୍ପାଙ୍କୁ ସୁଯୋଗ ମିଳିଛି।

୩ଟିକିଆ ସିରିଜ୍‌ ବର୍ତ୍ତମାନ ୧-୧ରେ ବରାବର ଥିବାରୁ ଉଭୟ ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ।

ମେଲବର୍ଣ୍ଣ ପିଚକୁ ଦେଖିଲେ ମନେହେଉଛି ଏହା ଉଭୟ ସ୍ପିନର ଓ ଦ୍ରୁତ ବୋଲରଙ୍କୁ ସୁହାଇବ। ତେଣୁ ଟିମ୍‌ ଇଣ୍ଡିଆ ପକ୍ଷରୁ ଅଲରାଉଣ୍ଡର ବିଜୟ ଶଙ୍କର ଡେବ୍ୟୁ କରିପାରନ୍ତି। ସେ ମହମ୍ମଦ ସିରାଜଙ୍କ ସ୍ଥାନରେ ଖେଳିବେ। ସେହିପରି ଫର୍ମରେ ନଥିବା ଅମ୍ବାତି ରାୟୁଡୁଙ୍କୁ ନେଇ ଦଳ ସାମନ୍ୟ ଚିନ୍ତାରେ ରହିଛି।

ତେଣୁ ତାଙ୍କ ବଦଳରେ ସ୍ପିନିଂ ଅଲରାଉଣ୍ଡର କେଦାର ଯାଦବଙ୍କ କଥା ଟିମ୍‌ ମ୍ୟାନେଜମେଣ୍ଟ ବିଚାରକୁ ନେଇପାରେ। କୁଲଦୀପ ଯାଦବ ଗତ ମ୍ୟାଚ୍‌ରେ ୱିକେଟ୍‌ ନେଇ ନଥିବା ବେଳେ ବୋଲିଂରେ ଅଧିନ ରନ୍‌ ଦେଇଥିଲେ। ତେଣୁ ତାଙ୍କ ବଦଳରେ ୟୁଜବେନ୍ଦର ଚହଲ ଖେଳିପାରନ୍ତି। ଆଜି ଶଙ୍କର ଓ ଚହଲଙ୍କୁ ସ୍ୱତନ୍ତ୍ର ଭାବେ ନେଟସ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।

ଦ୍ୱିତୀୟ ଦିନିକିଆରେ ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନି ଫର୍ମକୁ ଫେରି ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ। ତେଣୁ ଦଳ ବ୍ୟାଟିଂ ଅର୍ଡରକୁ ନେଇ ଯେଉଁ ଚିନ୍ତା କରୁଥିଲା, ତାହା ଆପାତତଃ ଦୂର ହୋଇଯାଇଛି। ବିରାଟ୍‌ ଓ ରୋହିତ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି। ତେଣୁ ଦଳ ବିଜୟ ହାସଲ କରିବାକୁ ପୂରା ଦମ ଲଗାଇବ।

ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୧୪ଟି ଦିନିକିଆ ଖେଳିଥିବା ବେଳେ ୯ଟିରେ ଜିତିଛି। ତେଣୁ ଘରୋଇ ଦଳର ମନୋବଳ ବେଶ ସୁଦୃଢ଼ ରହିଥିବ। ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷଥର ପାଇଁ ୫ଟିକିଆ ଦିନିକିଆ ସିରିଜ୍‌ ଖେଳିଥିଲା। ଏଥିରେ ଭ୍ରମଣକାରୀ ଭାରତ ୪-୧ରେ ସିରିଜ୍‌ ହାରିଥିଲା।

ସମ୍ଭାବ୍ୟ ଭାରତୀୟ ଦଳ: ଶିଖର ଧୱନ, ରୋହିତ ଶର୍ମା, ବିରାଟ୍‌ କୋହଲି(ଅଧିନାୟକ), ଅମ୍ବାତି ରାୟୁଡୁ/କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ କୁଲଦୀପ ଯାଦବ/ ୟୁଜବେନ୍ଦର ଚହଲ।

ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ, ଆଲେକ୍ସ କେରୀ,ଶନ୍‌ ମାର୍ଶ, ଉସମାନ ଖ୍ୱାଜା, ପିଟର ହ୍ୟାଣ୍ଡସ୍କମ୍ବ,ମାର୍କସ୍‌ ଷ୍ଟୋଇନିସ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ, ଜେ ରିଚାର୍ଡସନ୍‌, ପିଟର ସିଡଲ,ଆଡାମ ଜାମ୍ପା ଓ ବିଲ୍ଲୀ ଷ୍ଟାଙ୍କଲେକ।



from Odisha Reporter http://bit.ly/2VZ6JfN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages