
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଆରମ୍ଭ ହେଉଛି ତିନି ଦିନିଆ ଆଇପିଏସ ସମ୍ମିଳନୀ। ବିଭିନ୍ନ ଜିଲ୍ଲାର ଏସପି, ଡିସିପି, ଏଡିଜି, ଆଇଜି ଓ ଡିଆଇଜିମାନେ ଏଥିରେ ଯୋଗ ଦେଇଛନ୍ତି। ଆଜି ପ୍ରଥମ ଦିନରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍ବୋଧନ ରଖିଛନ୍ତି।
ସେ କହିଛନ୍ତି-“ନକ୍ସଲ ଦମନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଗତବର୍ଷ ରାଜ୍ୟ ପୁଲିସ ପକ୍ଷରୁ ୨୫ଟି ନକ୍ସଲ ଏନ୍କାଉଣ୍ଟର କରାଯାଇଛି। ଯେଉଁଥିରେ ପୁଲିସକୁ ୧୯ଟିରେ ସଫଳତା ମିଳିଥିଲା। ଆଗାମୀ ଦିନରେ ପୁଲିସ ନକ୍ସଲ ଦମନ ଦିଗରେ ଅଧିକ ସକ୍ରିୟ ହେବ।”
ସେ ଆହୁରି କହିଛନ୍ତି-“ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ପୁଲିସକୁ ସ୍ୱତନ୍ତ୍ର ତାଲିମ ଦିଆଯିବ। ନିର୍ବାଚନ ଅଧିକାରୀଙ୍କ ସହ ଜିଲ୍ଲା ଏସ୍ପି ନେଇ ଆଲୋଚନା କରାଯିବ। ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗକୁ ଅଧିକ ଗୁରୁତ୍ୱ ଦିଆଯିବ। ଏହାଛଡ଼ା ବିଗତ ଦିନମାନଙ୍କରେ ନୂଆ ଆଇପିଏସ୍ ଅଧିକାରୀ ଭଲ କାମ କରିଥିବାରୁ ତାଙ୍କୁ ଉତ୍ସାହିତ କରାଯିବ। ଉଲ୍ଲେଖନୀୟ କାମ ପାଇଁ ଯୁବ ଆଇପିଏସ୍ଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ।”
ଆଜିର ବୈଠକରେ ଆର୍ମଡ ପୁଲିସ ବାଟାଲିୟନର କମାଣ୍ଡାଣ୍ଟଙ୍କ ସହ ହୋମଗାର୍ଡ, ଅଗ୍ନିଶମ ଓ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ।
from Odisha Reporter http://bit.ly/2FFY0cP
No comments:
Post a Comment