
ନୂଆଦିଲ୍ଲୀ: ବେଆଇନ୍ ଖଣି ଖନନ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍(ଏନ୍ଜିଟି) ରୋକ ଲଗାଇଥିଲେ ହେଁ ଏହାକୁ ରୋକିବାରେ ମେଘାଳୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ଏହି କାରଣରୁ ଏନ୍ଜିଟି ମେଘାଳୟ ସରକାରଙ୍କ ଉପରେ ୧୦୦ କୋଟିର ଜୋରିମାନା ଲାଗୁ କରିଛନ୍ତି।
ମେଘାଳୟର ଜୟନ୍ତିଆ ବେଆଇନ୍ ଖଣିରେ ୧୫ ଜଣ ଶ୍ରମିକ ଡିସେମ୍ବର ୧୩ ତାରିଖରୁ ଫସି ରହିଥିବା ଘଟଣାରେ ଏନ୍ଜିଟି ଉଦ୍ବେଗ ପ୍ରକାଶ କରି ଏଭଳି ଜୋରିମାନା ଲାଗୁ କରିଛନ୍ତି।
ଟ୍ରିବ୍ୟୁନାଲ୍ରେ ଖଣି ଖନନ ମାମଲାରେ ଆମିକସ୍ କ୍ୟୁରି ଭାବେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଆଇନ୍ଜୀବୀ କହିଛନ୍ତି, ଏ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ୍ ଜାନୁଆରୀ ୨ ତାରିଖରେ ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ଏକେ ଗୋଏଲଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ମେଘାଳୟର ଅଧିକାଂଶ ଖଣି ବିନା ଲାଇସେନ୍ସରେ ଚାଲିଛି।
ପୂର୍ବରୁ ଏଗୁଡ଼ିକ ବନ୍ଦ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଥିଲେ ହେଁ ମେଘାଳୟ ସରକାର ଏହାକୁ ପାଳନ କରିନାହାନ୍ତି। ଏହି ରିପୋର୍ଟ ପଢ଼ିବା ପରେ ଏନ୍ଜିଟି ମେଘାଳୟ ସରକାରଙ୍କ ଉପରେ ୧୦୦ କୋଟିର ଜୋରିମାନା ଲାଗୁ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ମାମଲାର ଶୁଣାଣି ବେଳେ ରାଜ୍ୟ ସରକାର ମଧ୍ୟ ଏକାଧିକ ବେଆଇନ୍ ଖଣି ରହିଥିବା କଥା ସ୍ୱୀକାର କରିଥିଲେ।
ଅନ୍ୟପକ୍ଷରେ ଡିସେମ୍ବର ୧୩ରୁ ଜୟନ୍ତିଆ ଖଣିରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିଲେ ହେଁ ଏଯାଏ ଉଦ୍ଧାରକାରୀ ଦଳଙ୍କୁ ସଫଳତା ମିଳିନାହିଁ। ଶ୍ରମିକମାନେ ମୃତ କି ଜୀବିତ ସେକଥା ମଧ୍ୟ କାହାରିକୁ ଜଣାନାହିଁ। ଶ୍ରମିକମାନେ ଦୀର୍ଘ ୩୭୦ ଫୁଟ୍ ତଳେ ରହିଥିବା ଆଶଙ୍କା କରାଯାଉଛି।
from Odisha Reporter http://bit.ly/2Tub7kW
No comments:
Post a Comment