ସୃଷ୍ଟିଙ୍କ ପ୍ରେମ ଭାଙ୍ଗିଲା, କାରଣ ଇଏ ନୁହନ୍ତି ତ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 5, 2019

ସୃଷ୍ଟିଙ୍କ ପ୍ରେମ ଭାଙ୍ଗିଲା, କାରଣ ଇଏ ନୁହନ୍ତି ତ !

ମୁମ୍ବାଇ: କଲର୍ସର ଲୋକପ୍ରିୟ ରିଆଲିଟି ଶୋ’  ‘ବିଗ୍‌ବସ୍‌୧୨’ର ପ୍ରତିଯୋଗୀ ସୃଷ୍ଟି ରୋଡେ ଓ ତାଙ୍କ ବୟଫ୍ରେଣ୍ଡ୍‌ ମନୀଷ୍‌ ନାଗଦେବଙ୍କ ସମ୍ପର୍କ ଏବେ କିଛି ଠିକ୍‌ ଚାଲିନି। ରିପୋର୍ଟ୍‌ ମୁତାବକ ଦୁହିଁଙ୍କର ଏବେ ବ୍ରେକ୍‌ଅପ୍‌ ହୋଇଯାଇଛି। ବ୍ରେକ୍‌ଅପ୍‌ ପଛର କାରଣ କୁଆଡେ ରୋହିଚ୍‌ ସୁଚାନ୍ତୀ ବୋଲି ଟୁପର ଟାପର ଚାଲିଛି।

କାରଣ ବିଗ୍‌ବସ୍‌ ଶୋ’ରୁ ଆସିବା ପରେ ଦୁହିଁଙ୍କ ସମ୍ପର୍କ ଛିନ୍ନ ହେବା ଖବର ଶୁଣିବାକୁ ମିଳିଥିଲା।

ଶୋ’ରେ ଅନେକ ସମୟରେ ସୃଷ୍ଟି ତାଙ୍କ ପ୍ରେମିକ ମନୀଷଙ୍କ ମଧ୍ୟରେ ଥିବା ସମ୍ପର୍କ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଯେତେବେଳେ ଶୋ’ରେ  ୱାଇଲ୍ଡ୍‌ କାର୍ଡ ଏଣ୍ଟ୍ରି ଭାବେ ରୋହିତ୍‌ ସୁଚାନ୍ତି ଆସିଲେ ସେ କୁଆଡେ ସୃଷ୍ଟିଙ୍କ ନିକଟତର ହେବାକୁ ଲାଗିଲେ। କିନ୍ତୁ ଯତେବେଳେ  ସୃଷ୍ଟି ଓ ରୋହିତ୍‌ ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ଆରମ୍ଭ ହେଲା ସେତେବେଲେ ସୃଷ୍ଟି ଏ କଥାକୁ ଖଣ୍ଡନ କରିଥିଲେ।

ଖବର ମୁତାବକ ନିକଟରେ ସୃଷ୍ଟି ରୋଡେଙ୍କ ପ୍ରେମିକ ମନୀଷ୍‌ ନାଗ୍‌ଦେବ ତାଙ୍କୁ ଇନ୍‌ଷ୍ଟାରେ ଅନ୍‌ଫଲୋ କରିଦେଇଛନ୍ତି। କିନ୍ତୁ ସୃଷ୍ଟିଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ଏବେ ବି  ମନିଷ୍‌ଙ୍କ ସହ ଫଟୋ ଅଛି। ତେବେ ମନୀଷ୍‌ ତାଙ୍କୁ ଅନ୍‌ଫଲୋ କରିବାର କାରଣ ବିଗ୍‌ବସ୍‌ ଘରେ ସୃଷ୍ଟି ଓ ରୋହିତ୍‌ଙ୍କ ମଧ୍ୟରେ  ବଢ଼ିଥିବା ନିକଟତର ବୋଲି କୁହାଯାଉଛି।

ବିଗତ ଦିନର ବିଗ୍‌ ୧୨ ଫିନାଲେରେ ରୋହିତ୍‌ ଓ ସୃଷ୍ଟିଙ୍କ ମଧ୍ୟରେ ଖାସ୍‌ ବଣ୍ଡିଂ ଦେଖିବାକୁ ମିଳିଥିଲା। ଏହା ପରେ କରଣଭୀରଙ୍କ ଘରେ ପାର୍ଟିରେ ବି  ରୋହିତ୍‌ ଓ ସୃଷ୍ଟି ଏକାଠି ନଜର ଆସିଥିଲେ।

କିନ୍ତୁ ବାସ୍ତବରେ ଏହି ବ୍ରେକ୍‌ଅପ୍‌ ପଛର କାରଣ କ’ଣ ତାହା  କିଛି ସ୍ପଷ୍ଟ ହୋଇନି।



from Odisha Reporter http://bit.ly/2QqNTKq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages