
ବାରିପଦା (ଓଡ଼ିଶା ରିପୋର୍ଟର): ବାରିପଦାରେ ପୁଲିସ୍ ସରକାରୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। IOCL ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍ପିଜି ପାଇପ୍ ଲାଇନ୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ।
ସେହିପରି ପ୍ରଧାନମନ୍ତ୍ରୀ ଚିଲିକିଦରା-ଶଗଡ଼ପଟା ଓ ନରଣପୁର-ବସନ୍ତପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ବାଲେଶ୍ୱରସ୍ଥିତ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କକୁ ମଧ୍ୟ ଲୋକାର୍ପଣ କରିଥିଲେ। ଏହା ବ୍ୟତୀତ ଟାଟାନଗରରୁ ବାଦାମପାହାଡ଼ ପର୍ଯ୍ୟନ୍ତ ଦ୍ୱିତୀୟ ପାସେଞ୍ଜର୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ହରିପୁରଗଡ଼ର ପ୍ରାଚୀନ ଦୁର୍ଗ ଓ ମୟୂରଭଞ୍ଜ ରସିକରାୟ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଏବଂ ରାଜ୍ୟର ୬ଟି ସ୍ଥାନରେ ଡ଼ାକଘରେ ପାସପୋର୍ଟ ସେବା କେନ୍ଦ୍ରର ଉଦ୍ଘାଟନ କରିଥିଲେ। ଏବାବ୍ୟତୀତ NH୨୧୫ ଓ ୬ର କିଛି ଅଂଶର ଫୋର୍ ଲେନ୍ କାର୍ଯ୍ୟର ଶିଳାନ୍ୟାସ କରିଥିଲେ ପ୍ରଧାନମନ୍ତ୍ରୀ।
ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦା ପ୍ରମୁଖ ଉପସ୍ଥିତ ଥିଲେ।
from Odisha Reporter http://bit.ly/2VyF9pI
No comments:
Post a Comment