ସାବରୀମାଲା: ଭୋଟ୍‌ ଭୟରେ କଥା ବଦଳାଇଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ସାବରୀମାଲା: ଭୋଟ୍‌ ଭୟରେ କଥା ବଦଳାଇଲେ ରାହୁଲ

ନୂଆଦିଲ୍ଲୀ: ଗତ ଏକ ବର୍ଷ ହେଲା କଂଗ୍ରେସର ମଙ୍ଗ ସମ୍ଭାଳୁଥିବା ରାହୁଲ ଗାନ୍ଧିଙ୍କୁ ଜନସାଧାରଣଙ୍କର ପ୍ରଶ୍ନ ଥିଲା ‘ମୌସମ୍‌ କି ତରହ୍ ତୁମ୍‌ ଭି ବଦଲ୍‌ ତୋ ନା ଯାଓଗେ’। ବିଭିନ୍ନ ସମୟରେ ଆବଶ୍ୟକତା ଅନୁଯାୟୀ ବେଶ ଓ ଭାଷା ବଦଳାଇଥିବା ରାହୁଲ ଏବେ ସତରେ ବଦଳିଯାଇଛନ୍ତି। ନିର୍ବାଚନ ନିକଟତର ହେବାକୁ ଲାଗିଥିବାରୁ ସାବରୀମାଲାର ପରମ୍ପରାକୁ ନେଇ କଥା ବଦଳାଇଛନ୍ତି ରାହୁଲ। ପୂର୍ବରୁ ସେ ପରମ୍ପରାରେ ମନାଥିବା ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ମନ୍ଦିର ପ୍ରବେଶକୁ ସମର୍ଥନ ଦେଉଥିବାବେଳେ ବର୍ତ୍ତମାନ କିନ୍ତୁ ଏହାର ଓଲଟା ମତ ଦେଇଛନ୍ତି।

୩ ମାସର ଲଗାତାର ଆନ୍ଦୋଳନ ପରେ ଆଜି ରାହୁଲ ଗାନ୍ଧି ମତ ରଖିଛନ୍ତି, ପରମ୍ପରାରେ ବିଶ୍ୱାସ ରଖୁଥିବା ଲୋକଙ୍କ ଯୁକ୍ତିରେ ଯଥାର୍ଥତା ରହିଛି। ସେ କହିଛନ୍ତି, “ଯେଉଁମାନେ ପରମ୍ପରାର ସୁରକ୍ଷା ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି ମୁଁ ଯୁକ୍ତିରେ ଯଥାର୍ଥତା ଥିବା ଅନୁଭବ କରୁଛି।” ସେ ନିଜର ବକ୍ତବ୍ୟ ବଦଳାଇଥିବା କଥା ସ୍ୱୀକାର କରି କହିଛନ୍ତି ଯେ, ମୁଁ ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗରେ ମତ ସ୍ପଷ୍ଟ କରିପାରିବନି।

ସଦ୍ୟ ୩ଟି ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟରେ ବିଜୟରୁ ରାହୁଲ ବୋଧହୁଏ ଶିଖିବାକୁ ଆରମ୍ଭ କରିଛନ୍ତି ଯେ ଧର୍ମ ଓ ପରମ୍ପରାକୁ ଛାଡ଼ି ଭାରତର କଳ୍ପନା କରାଯାଇନପାରେ। ସେ ଏହି ନିର୍ବାଚନ ସମୟରେ ବିଭିନ୍ନ ମନ୍ଦିର ଗସ୍ତ କରିବା ସହିତ ବିଭିନ୍ନ ସମୟରେ ଗେରୁଆ ବସ୍ତ୍ର ପରିଧାନ କରିଥିବା ଦେଖାଯାଇଥିଲା, ଯାହାକୁ ନେଇ କଂଗ୍ରେସର ଧର୍ମନିରପେକ୍ଷ ବିଚାରଧାରାକୁ ନେଇ ପ୍ରଶ୍ନ ଉଠିବା ସହିତ ତାଙ୍କ ଧର୍ମ ଏବଂ ଜାତି ଓ ଗୋତ୍ରକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ସେ ଦଳର କେରଳ ୟୁନିଟ୍‌ର କର୍ମୀ ଏବଂ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିବାପରେ ଏହାର ଜଟିଳତା ବାବଦରେ ହୃଦୟଙ୍ଗମ କରିଥିବା ଜଣାଇଛନ୍ତି। ଉଭୟ ପକ୍ଷରେ ଯଥାର୍ଥ ଯୁକ୍ତି ରହିଛି। ମୁଁ ଲୋକଙ୍କୁ ଏ ବିଷୟରେ ନିଷ୍ପତ୍ତି ନେବାକୁ ଛାଡ଼ିଦେଉଛି ବୋଲି ସେ କହିଛନ୍ତି।

୧୦ରୁ ୫୦ ବର୍ଷ ବୟସର ମହିଳା ବା ‘ଋତୁସ୍ରାବଯୋଗ୍ୟା’ ମହିଳାଙ୍କୁ ପରମ୍ପରା ଅନୁଯାୟୀ ସାଵରୀମାଲା ମନ୍ଦିର ପ୍ରବେଶ ମନା ଅଛି। ସର୍ବୋଚ୍ଚ ଅଦାଲତ ଗତ ସେପ୍ଟେମ୍ବର ମାସରେ କିନ୍ତୁ ଏହା ବିରୋଧରେ ରାୟ ଦେଇଥିଲେ ଏବଂ କହିଥିଲେ ଏପରି ପାରମ୍ପରିକ ବ୍ୟାନ୍‌ ‘ଅଛୁଆଁ ପ୍ରଥା’ ଭଳି।



from Odisha Reporter http://bit.ly/2FqwiBg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages