ଏସ୍‌ପି-ବିଏସ୍‌ପିଙ୍କ ନା ପରେ ୟୁପିରେ କଂଗ୍ରେସର ‘ଏକ୍‌ଲା ଚଲୋ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 13, 2019

ଏସ୍‌ପି-ବିଏସ୍‌ପିଙ୍କ ନା ପରେ ୟୁପିରେ କଂଗ୍ରେସର ‘ଏକ୍‌ଲା ଚଲୋ’

ଲକ୍ଷ୍ନୌ: ବିଜେପିକୁ ଚେକ୍‌ ଦେବାପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦଳ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଏକାଠି ହେବାର ଗୋଟିଏ ଦିନ ପରେ ଏହି ମେଣ୍ଟରେ ସାମିଲ ହେବାକୁ ଚାହିଁ ବସିଥିବା କଂଗ୍ରେସ ଶେଷରେ ‘ଏକ୍‌ଲା ଚଲୋ’ ନିଷ୍ପତ୍ତି ନେଇଛି। ଅର୍ଥାତ ଉତ୍ତରପ୍ରଦେଶର ସମସ୍ତ ୮୦ଟି ଆସନରେ ଲଢ଼ିବ କଂଗ୍ରେସ।

ଏଥିପାଇଁ ଫେବୃଆରୀ ମାସରେ ଉତ୍ତରପ୍ରଦେଶର ୧୩ଟି ଜୋନ୍‌ରେ ୧୩ଟି ରାଲିରେ ଯୋଗଦେବେ ଏହି ରାଜ୍ୟରୁ ଲୋକସଭାରେ ପ୍ରତିନିଧିତ୍ୱ କରୁଥିବା କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଏନେଇ ଦଳର ବରିଷ୍ଠ ନେତା ଗୁଲାମ୍‌ ନବୀ ଆଜାଦ୍‌ ଏବଂ ରାଜ୍‌ ବବ୍ବର ଆଜି ବୈଠକ କରି ଯୋଜନା ପ୍ରସ୍ତୁତି ଆରମ୍ଭ କରିଥିବା ଜଣାଯାଇଛି।

ଆଜାଦ୍‌ ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି, “ସମସ୍ତେ ଜାଣିଛନ୍ତି ସଂସଦୀୟ ନିର୍ବାଚନ ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେବ। ଆମେ ସମ ବିଚାରର ଦଳଙ୍କର ସାହାଯ୍ୟ ନେବୁ ଏବଂ ବିଜେପି ବିରୋଧରେ ଲଢ଼ୁଥିବା ଦଳଙ୍କୁ ସମ୍ମାନ ଜଣାଇବୁ। କଂଗ୍ରେସ ଉତ୍ତରପ୍ରଦେଶରେ ସମସ୍ତ ୮୦ଟି ଆସନରେ ଲଢ଼ିବ।”

ରାହୁଲ ପଶ୍ଚିମ ଉତ୍ତରପ୍ରଦେଶରୁ ରାଲି ଆରମ୍ଭ କରି ହାପୁର, ମୋରଦାବାଦ୍‌ ଓ ସାହାରନ୍‌ପୁରରେ ଜନସମାବେଶକୁ ଉଦବୋଧନ ଦେବେ। ଶନିବାର ଏସ୍‌ପି-ବିଏସ୍‌ପିର ମିଳିତ ଘୋଷଣା ପରେ ରାହୁଲ କହିଥିଲେ, ଉତ୍ତରପ୍ରଦେଶକୁ କଂଗ୍ରେସର ବହୁତ କିଛି ଦେବାର ଅଛି ଏବଂ ଆମେ ଆମ ନିଜ ନିଷ୍ପତ୍ତି ନେବୁ।



from Odisha Reporter http://bit.ly/2M9x8TF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages