ନେପାଳ ଓ ଭୁଟାନ୍‌ ଭ୍ରମଣ ପାଇଁ ବଦଳିଲା ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ନେପାଳ ଓ ଭୁଟାନ୍‌ ଭ୍ରମଣ ପାଇଁ ବଦଳିଲା ନିୟମ

ନୂଆଦିଲ୍ଲୀ: ଏବେ ୧୫ ବର୍ଷରୁ କମ୍‌ ଏବଂ ୬୫ ବର୍ଷରୁ ଅଧିକ ବୟସର ଭାରତୀୟ ନେପାଳ ଓ ଭୁଟାନ୍‌ ଗସ୍ତ ପାଇଁ ବର୍ତ୍ତମାନ ଆଧାର କାର୍ଡ ବୈଧ ଡକ୍ୟୁମେଣ୍ଟ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭିସା ଦରକାର ନଥିବା ଏହି ଦୁଇ ପଡ଼ୋଶୀ ଦେଶ ଗସ୍ତ ପାଇଁ ଅନ୍ୟ ବୟସ ବର୍ଗର ଲୋକେ କିନ୍ତୁ ଆଧାର ବ୍ୟବହାର କରିପାରିବେ ନାହିଁ।

ସୂଚନାଯୋଗ୍ୟ, ପ୍ରଚଳିତ ନିୟମ ଅନୁସାରେ ନେପାଳ ଗସ୍ତ ପାଇଁ ଯଦି ପାସ୍‌ପୋର୍ଟ କିମ୍ବା ଭାରତ ସରକାରଙ୍କ ପ୍ରଦତ୍ତ ଫଟୋ ପରିଚୟପତ୍ର ବା ଭୋଟ୍‌ ପରିଚୟପତ୍ର ଅଛି, ଭିସା ଦରକାର ହେଉନି।

ଏହାପୂର୍ବରୁ ୧୫ ବର୍ଷରୁ କମ୍‌ ବା ୬୫ ବର୍ଷରୁ ଅଧିକ ବୟସର ଭାରତୀୟ ନାଗରିକ ପ୍ୟାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟସେବା କାର୍ଡ କିମ୍ବା ରାସନ୍‌ କାର୍ଡ ଦେଖାଇବାକୁ ପଡ଼ୁଥିଲା, କିନ୍ତୁ ଏଥିରେ ଆଧାର କାର୍ଡ ବିକଳ୍ପ ସାମିଲ ନଥିଲା। ବର୍ତ୍ତମାନ କିନ୍ତୁ ଆଧାରକୁ ମଧ୍ୟ ସାମିଲ କରାଯାଇଥିବା ଜଣାଇଛନ୍ତି ଜଣେ ବରିଷ୍ଠ ଅଧିକାରୀ।

ନେପାଳ ଓ ଭୁଟାନ୍‌ ସହିତ ଭାରତ ଭୌଗଳିକ ଅବସ୍ଥିତି ବ୍ୟତୀତ କୂଟନୀତିକ ଏବଂ ସାଂସ୍କୃତିକ ସମ୍ପର୍କରେ ବନ୍ଧା। ଭୁଟାନ୍‌ର ଜଳ ବିଦ୍ୟୁତ ଏବଂ ନିର୍ମାଣ ପ୍ରକଳ୍ପ କ୍ଷେତ୍ରରେ ଭାରତରୁ ୬୦ ହଜାର ଭାରତୀୟ ନିଯୁକ୍ତ ଅଛନ୍ତି। ଏହା ସିକ୍କିମ୍, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟର ସୀମାକୁ ଲାଗିଛି।



from Odisha Reporter http://bit.ly/2MjKZaa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages