ଚିଟଫଣ୍ଡ କ୍ଷତିପୂରଣର ଦେଖାନାହିଁ, ସତ୍ୟପାଠ ଆବେଦନ ଅବଧି ବଢ଼ିବାରେ ଲାଗିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ଚିଟଫଣ୍ଡ କ୍ଷତିପୂରଣର ଦେଖାନାହିଁ, ସତ୍ୟପାଠ ଆବେଦନ ଅବଧି ବଢ଼ିବାରେ ଲାଗିଛି

chitfund

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ମିଳିବାର ନାହିଁ। ହେଲେ ବଢ଼ି ଚାଲିଛି ସତ୍ୟପାଠ ଆବେଦନର ଅବଧି। ଡିସେମ୍ବର ୩୧ର ଶେଷ ଅବଧି ପୁଣି ଚଳିତମାସ ୩୧ ତାରିଖକୁ ବଢ଼ାଇ ଦିଆଯାଇଛି। ବହୁ ଜମାକାରୀ ସତ୍ୟପାଠ ଦାଖଲ କରିନଥିବା ଆଶଙ୍କା କରି ଏହି ଅବଧିକୁ ବୃଦ୍ଧି କରିଛନ୍ତି ଜଷ୍ଟିସ ଏମ୍.ଏମ୍‌.ଦାସ କମିଶନ। କମିଶନଙ୍କ ଏହି ନିଷ୍ପତ୍ତିକୁ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲେ ବି ଫେବ୍ରୁଆରୀ ମାସ ସୁଦ୍ଧା ଟଙ୍କା ଫେରସ୍ତ ନକଲେ ବଡ଼ଧରଣର ଆନ୍ଦୋଳନର ଚେତାବନୀ ଦିଆଯାଇଛି।

ଜମାକାରୀ ସ୍ପିଡ୍ ପୋଷ୍ଟ କି ରେଜିଷ୍ଟ୍ରି ସହ କୋରିୟର ସର୍ଭିସ ଜରିଆରେ ସେମାନଙ୍କର ଆବେଦନ ପଠାଇପାରିବେ। ଏହାପରେ ସତ୍ୟପାଠ ଦାଖଲ ପାଇଁ ଆଉ କୌଣସି ସୁଯୋଗ ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତି। ତେବେ ସତ୍ୟପାଠ ଦାଖଲ କରିନଥିବା କ୍ଷତିଗ୍ରସ୍ତଙ୍କ ପାଇଁ ହୁଏତ ଏହା ଆଉ ଏକ ସୁଯୋଗ ହୋଇପାରେ। କିନ୍ତୁ ସତ୍ୟପାଠ ଦାଖଲ କରିଥିବା ଅନ୍ୟ କ୍ଷତିଗ୍ରସ୍ତ ଜମାକାରୀ ଅପେକ୍ଷା କରିଛନ୍ତି କେବେ ଫେରିପାଇବେ ସେମାନଙ୍କ ଜମାଟଙ୍କା।

ପୁଣି ଅବଧି ବୃଦ୍ଧି କରି ସରକାର କ୍ଷତିଗ୍ରସ୍ତଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ। ଚିଟଫଣ୍ଡ ସଂସ୍ଥା ଗୁଡ଼ିକର ବାଜ୍ୟାପ୍ତି ସମ୍ପତ୍ତି ଗୁଡ଼ିକୁ ଇ-ଟେଣ୍ଡର ଜରିଆରେ ନିଲାମ ନ କରି ଖୋଲା ଟେଣ୍ଡର କରିବାକୁ ଦାବି କରିଛି ମିଳିତ କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ। ଏହାସହ ଆସନ୍ତା ଫେବ୍ରୁଆରୀ ମାସ ଭିତରେ ଯଦି ସମସ୍ତ କ୍ଷତିଗ୍ରସ୍ତଙ୍କୁ ଟଙ୍କା ନମିଳେ ତେବେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ମିଳିତ କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ।

ତଦନ୍ତ କମିଶନ ଗଠନ ହେବା ପରେ ୨୦୧୩ ଅକ୍ଟୋବର ୧୦ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ହସ୍ତଗତ ହୋଇଥିଲା ୮ ଲକ୍ଷ ୯୬ ହଜାର ୩୧୨ ସତ୍ୟପାଠ। ଏହାପରେ ୧୬ ନଭେମ୍ବର ୨୦୧୮ରେ ବିଜ୍ଞପ୍ତି ପ୍ରକାଶ କରି ଡିସେମ୍ବର ୩୧ ଯାଏ ସାନି ସତ୍ୟପାଠ ଦାଖଲ ଅବଧି ଘୋଷଣା କରିଥିଲେ କମିଶନ। ଏହି ସମୟ ମଧ୍ୟରେ ପ୍ରାୟ ୪ ଲକ୍ଷ ସତ୍ୟପାଠ ଦାଖଲ ହୋଇଥିବା ଅନୁମାନ କରାଯାଉଛି। ଏସବୁର ଏଯାଏ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଜଷ୍ଟିସ ଦାଶ କମିଶନ ଏଯାଏ ୨ ଲକ୍ଷ ୧୮ ହଜାର ୩୫୪ କ୍ଷୁଦ୍ର ଜମାକାରୀ ଅର୍ଥାତ ୧୦ହଜାରରୁ କମ୍ ଜମାକାରୀଙ୍କୁ ଚିହ୍ନଟ କରିଥିବାବେଳେ ରାଜ୍ୟ ସରକାରଙ୍କ ୩ଶହ କୋଟି ଟଙ୍କା  କର୍ପସ ଫଣ୍ଡରୁ ମାତ୍ର ନଗଣ୍ୟ ସଂଖ୍ୟାର କିଛି ଜମାକାରୀ ଟଙ୍କା ଫେରିପାଇଛନ୍ତି। ସେହିପରି କମିଶନଙ୍କ ଅନୁମତି ନେଇ ମାତ୍ର ୧୪ଶହ ୮୫ ଜଣ ଜମାକାରୀଙ୍କୁ ଅର୍ଥ ଫେରାଇଛନ୍ତି କିଛି ଚିଟଫଣ୍ଡ ସଂସ୍ଥା।

ଏନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଚିଟଫଣ୍ଡ ଜମାକାରୀଙ୍କୁ ଚିହ୍ନଟ ପାଇଁ ଜାରି ରହିଥିବା ଏସବୁ ପ୍ରକ୍ରିୟା ଭିତରେ କେବେ ମିଳିବ ଟଙ୍କା, ତାକୁ ନେଇ ପ୍ରଶ୍ନ ଛିଡ଼ା ହୋଇଛି।



from Odisha Reporter http://bit.ly/2CfJTY6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages