
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସରକାରଙ୍କ ପାଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଉତ୍ତରଦାୟୀ। ସରକାରଙ୍କ ଦ୍ୱାରା ତିଆରି କରାଯାଇଥିବା ସୀମାରେଖା ଭିତରେ ରହି ଆର୍ବିଆଇ ଆର୍ଥିକ ନୀତି ନିର୍ଦ୍ଧାରଣ କରିବା ଉଚିତ। ଏଭଳି କହିଛନ୍ତି ଖୋଦ୍ ଆର୍ବିଆଇର ପୂର୍ବତନ ଗଭର୍ନର ବିମଲ ଜଲାନ।
କିଛିଦିନ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତ ସରକାରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଖୋଦ୍ ଆର୍ବିଆଇର ପୂର୍ବତନ ଗଭର୍ନର ଏଭଳି କହି ଏହି ଯୁଦ୍ଧକୁ ଆଉଟିକେ ତଟକା କରିଦେଇଛନ୍ତି। ଜଲାନ୍ କେବଳ ଆର୍ବିଆଇ ପୂର୍ବତନ ଗଭର୍ନର ନୁହନ୍ତି, ତାଙ୍କ ଅଧୀନରେ ଏକ ପ୍ୟାନେଲ୍ ଗଠନ କରାଯାଇଛି ଯାହାକି ଆର୍ବିଆଇ ପାଇଁ ଗାଇଡ୍ ଲାଇନ ପ୍ରସ୍ତୁତ କରିବ। ଜଲାନ୍ ଯେଉଁ ଗାଇଡ୍ ଲାଇନ୍ ପ୍ରସ୍ତୁତ କରିବେ ତା’ରି ଆଧାରରେ ଆର୍ବିଆଇ ଏହାର ବଳକା ପାଣ୍ଠିକୁ ସରକାରଙ୍କୁ ହସ୍ତାନ୍ତର କରିବ।
ଖବର ସରବରାହ ସଂସ୍ଥା ରଏଟରକୁ ସାକ୍ଷାତକାର ଦେବା ଅବସରରେ ତାଙ୍କ କମିଟି କ’ଣ ପ୍ରସ୍ତାବ ଦେବ ସେ ସମ୍ପର୍କରେ ମୁହଁ ଖୋଲି ନ ଥିଲେ ମଧ୍ୟ ଆର୍ବିଆଇ ସରକାରଙ୍କ ଅଧୀନସ୍ଥ ରହୁ ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି।
from Odisha Reporter http://bit.ly/2FmXP6O
No comments:
Post a Comment