ମେଘାଳୟ: ଶ୍ରମିକଙ୍କ ଉଦ୍ଧାର ନେଇ ଅସନ୍ତୋଷ ଜାହିର କଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ମେଘାଳୟ: ଶ୍ରମିକଙ୍କ ଉଦ୍ଧାର ନେଇ ଅସନ୍ତୋଷ ଜାହିର କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗତ ୩ ସପ୍ତାହ ଧରି ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ୧୫ ଜଣ ଶ୍ରମିକଙ୍କ ଉଦ୍ଧାର ବିଳମ୍ବିତ ହେଉଥିବା ନେଇ ସୁପ୍ରିମ୍‌କୋର୍ଟ ଅସନ୍ତୁଷ୍ଟ ଥିବା ଜଣାଇଛନ୍ତି। ଖଣିରେ ଫସିରହିଥିବା ଶ୍ରମିକଙ୍କୁ ଜରୁରୀକାଳୀନ ଭାବରେ ଉଦ୍ଧାର କରାଯାଉ ଦାବି କରି ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏପରି କହିଛନ୍ତି।

ସୁପ୍ରିମ୍‌କୋର୍ଟ କହିଛନ୍ତି, ଆମେ ଉଦ୍ଧାର ପ୍ରକ୍ରିୟାରେ ସନ୍ତୁଷ୍ଟ ନୋହୁଁ। ସେମାନେ ମୃତ ହେଇଥାନ୍ତୁ କିମ୍ବା ଜୀବିତ, ସେମାନଙ୍କୁ ବାହାରକୁ ଆଣିବାକୁ ହେବ। ଆମେ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛୁ ସେମାନେ ଜୀବିତ ଥାଆନ୍ତୁ।

ମେଘାଳୟ ପୂର୍ବ ଜୟନ୍ତିଆ ପର୍ବତର ସାନ୍ କୋଇଲା ଖଣିରେ ଫସି ରହିଥିବା ୧୫ଜଣ ଶ୍ରମିକ ଦୀର୍ଘ ଦିନ ହେଲା ଫସି ରହିଥିଲେ ହେଁ ସେମାନଙ୍କୁ ଏଯାଏ ଉଦ୍ଧାର କରାଯାଇପାରି ନାହିଁ। ସେମାନେ ଜୀବିତ ନା ମୃତ ସେକଥା ମଧ୍ୟ ଏଯାଏ ଜଣାପଡ଼ିନାହିଁ। ଏନ୍‌ଡିଆରଏଫ୍‌, ନ୍ୟାଭି ଏବଂ ଦମକଳ ବାହିନୀ ଆଦି ପ୍ରସ୍ତୁତ ଥିଲେ ମଧ୍ୟ ଏଯାଏ ଖାସ୍‌ କିଛି ଅଗ୍ରଗତି ହୋଇପାରିନି।

କୋଲ ଇଣ୍ଡିଆର ଏକ ଶକ୍ତିଶାଳୀ ପମ୍ପ ଆଜି କାର୍ଯ୍ୟ ଆରମ୍ଭ କରିବାକୁ ଥିବାବେଳେ ଓଡ଼ିଶା ଦମକଳ ବାହିନୀର ପମ୍ପ ଏବଂ ଅନ୍ୟାନ୍ୟ ପମ୍ପ ବର୍ତ୍ତମାନ ଯାଏ କାମରେ ଲାଗିନି।

ଜଣେ ଓକିଲଙ୍କ ମାଧ୍ୟମରେ କରାଯାଇଥିବା ଏହି ପିଟିସନ୍‌ରେ ଦର୍ଶାଯାଇଛି ଭାରତୀୟ ସେନାର ସମସ୍ତ ବ୍ୟବସ୍ଥା ପ୍ରୟୋଗ କରି ୧୫ ମିନିଟ୍‌ରେ ଉଦ୍ଧାର କାର୍ଯ୍ୟ କରାଯାଉ। ସରୁମୁହାଁ ଖଣି ଏବଂ ସେହିଭଳି ସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁଅର (ଏସ୍‌ଓପି) ପ୍ରସ୍ତୁତ କରାଯିବା ନେଇ କେନ୍ଦ୍ର ସରକାର ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏଥିରେ ଦାବି କରାଯାଇଛି।



from Odisha Reporter http://bit.ly/2Ardzl4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages