କାର୍ତ୍ତିଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 30, 2019

କାର୍ତ୍ତିଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ (ଇଡି) ତଦନ୍ତରେ ସହଯୋଗ ନକଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏହାସହ ବିଦେଶ ଯିବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିଙ୍କ ନିକଟରେ ୧୦ କୋଟି ଟଙ୍କା ଦାଖଲ କରିବାକୁ କହିଛନ୍ତି।

ଏୟାରସେଲ- ମାକ୍ସିସ୍ ଚୁକ୍ତି ଓ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ତାଙ୍କର କ’ଣ ଭୂମିକା ରହିଥିଲା ସେ ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ମାର୍ଚ୍ଚ ୫, ୬, ୭ ଓ ୧୨ ତାରିଖରେ ହାଜର ହେବାକୁ ଦିନ ଧାର୍ଯ୍ୟ ହୋଇଛି।

ପୂର୍ବରୁ ଜାନୁଆରୀ ୧୬ରେ ସୁପ୍ରିମକୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଦେଇଥିଲେ। ଏୟାରସେଲ-ମାକ୍ସିସ୍ ଓ ଆଇଏନ୍‌ଏକ୍ସ ମିଡିଆ ଘଟଣାରେ କାର୍ତ୍ତିଙ୍କ ଭୂମିକା ସମ୍ପର୍କରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତଦନ୍ତ ଚାଲିଛି।



from Odisha Reporter http://bit.ly/2sUz2yT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages