ଅମିତ ଶାହଙ୍କ ଆହ୍ୱାନ: ନବୀନ ସରକାରକୁ ସମାପ୍ତ କରନ୍ତୁ, ଓଡ଼ିଆ କହୁଥିବା ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ଅମିତ ଶାହଙ୍କ ଆହ୍ୱାନ: ନବୀନ ସରକାରକୁ ସମାପ୍ତ କରନ୍ତୁ, ଓଡ଼ିଆ କହୁଥିବା ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ

amitshaha

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଆଗାମୀ ନିର୍ବାଚନରେ ଜଣେ ଓଡ଼ିଆ ଭାଷା କହୁଥିବା ନେତା ବାଛିବା ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା।” ଆଜି କଟକ ଜିଲ୍ଲା ସାଲେପୁରର କୁଳିଆ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏ କଥା କହିଛନ୍ତି। ସେ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଏ କଥା କହିଥିଲେ।

ସେ କହିଥିଲେ, “ଓଡ଼ିଶା ଖଣିଜ ସଂପଦରେ ଭରପୂର। କିନ୍ତୁ ଓଡ଼ିଶା ଲୋକ ଗରିବ। ଏଠାରେ ସଂପତ୍ତି ପଡ଼ିଛି ଓ ଯୁବକ ବି ଅଛନ୍ତି। କିନ୍ତୁ ବିକାଶ ହେଉନି। ଏଠାରେ ଏମିତି ଏକ ସରକାର ଅଛି, ଯିଏ ବିକାଶ କରିବା ଜାଣିନି।”

ଅମିତ ଶାହ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଆହୁରି କହିଥିଲେ,“ ଅନେକ କେନ୍ଦ୍ରୀୟ ଯୋଜନା ନବୀନ ଲୋକଙ୍କ ପାଖରେ ପହଞ୍ଚାଉନାହାନ୍ତି। ଆୟୁଷ୍ମାନ ଭାରତ ଯୋଜନା କାହିଁକି ଲୋକଙ୍କୁ ମିଳୁନି, ସେ ତା’ର ଜବାବ ଦିଅନ୍ତୁ। ତାଙ୍କ ମନରେ ଭୟ ଯେ ଏ ସବୁ କେନ୍ଦ୍ରୀୟ ଯୋଜନା ଲାଗୁ କଲେ ମୋଦି ଲୋକପ୍ରିୟ ହୋଇଯିବେ।”

ସେ କହିଥିଲେ,“ମୋଦି ସରକାର ଓଡ଼ିଶାକୁ ୫ ଲକ୍ଷ ୧୩ ହଜାର କୋଟି ଦେଇଛନ୍ତି। ସେ ଟଙ୍କା ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ।”

ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ, ଓଡ଼ିଶା ସରକାର ପ୍ରଭୁଙ୍କ ରତ୍ନଭଣ୍ଡାର ବି ଠିକ ଭାବେ ରଖିପାରୁନି। ଏହା ରତ୍ନଭଣ୍ଡାର ସୁରକ୍ଷା ଉପରେ ନୁହେଁ, ଓଡ଼ିଶା ସମୃଦ୍ଧି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏଥର ନବୀନ ସରକାରକୁ ସମାପ୍ତ କରିବାକୁ ଆହ୍ୱାନ ଦେଇ ସେ କହିଥିଲେ, ବିଜେପିକୁ ସରକାରକୁ ଆଣନ୍ତୁ। ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ। ଆମେ ଓଡ଼ିଶାକୁ ୧ ନମ୍ବର କରିବୁ।

ସେ କହିଥିଲେ, ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଏମାନେ ଆସିବେ ଓ ଯିବେ। କିନ୍ତୁ ଓଡ଼ିଶାର ବିକାଶ କରିପାରିବେନି।
୧୯ ବର୍ଷ ପରେ ବି ଓଡ଼ିଶା ସେମିତି ଗରିବ ହୋଇ ରହିଛି।

ଅମିତ କହିଥିଲେ ଯେ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ଦେଖିଲେ ଜଣାପଡ଼ୁଛି ଯେ ଓଡ଼ିଶାରେ ଆଗାମୀ ସରକାର ବିଜେପିର ହେବ।

କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ, ରାହୁଲ ବାବାଙ୍କ ୪ ପିଢ଼ି ୫୫ ବର୍ଷ ଧରି ଶାସନ କଲେ। ସେମାନଙ୍କ ଶାସନର ୫୫ ବର୍ଷ ଭିତରେ ଗରିବଙ୍କ ଘରେ ଗ୍ୟାସ ପହଞ୍ଚି ପାରିଲାନି। ଆମ ପ୍ରଧାନମନ୍ତ୍ରୀ ଆସୁ ଆସୁ ଗରିବଙ୍କ ଘରେ ଗ୍ୟାସ ପହଞ୍ଚିଲା। ଘରେ ଘରେ ଶୌଚାଳୟ ହେଲା। ତେଣୁ ଆପଣମାନେ ବିଚାର କରନ୍ତୁ ଆଗାମୀ ଲୋକସଭା ନିର୍ବାଚନରେ ଏକ ‘ମଜ୍‌ବୁରୀ’ ସରକାର ପାଇଁ ଭୋଟ୍ ଦେବେ ନାଁ ଏକ ‘ମଜବୁତ’ ସରକାର ପାଇଁ ଭୋଟ୍ ଦେବେ।

ବଲାଙ୍ଗିର ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ତଥା ବିଜେଡି ପ୍ରତି ନରମ ମନୋଭାବ ପୋଷଣ କରିଥିବା ବେଳେ ଅମିତ ଶାହ  ସିଧାସଳଖ ଟାର୍ଗେଟ କରିଥିଲେ।



from Odisha Reporter http://bit.ly/2UmScsL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages