
ନୂଆପଡ଼ା (ମାୟାଧର ସରାଫ): ‘ବିଜୁ ଗାଁ ଗାଡ଼ି’ ବ୍ୟବସ୍ଥାରେ ଗଡ଼ୁଥିବା ବସରେ ଲାଗିଲା ନକ୍ସଲ ପୋଷ୍ଟର। ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅଞ୍ଚଳରେ ଏ ଘଟଣା ଦେଖିବାକୁ ମିଳିଛି।
ଆଜି ଭଇଁଷାଦାନୀରୁ ନୂଆପଡ଼ା ଯାଉଥିବା ‘ବିଜୁ ଗାଁ ଗାଡ଼ି’ରେ ନକ୍ସଲଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।
ଜାନୁଆରୀ ୩୧ରେ ଭାରତ ବନ୍ଦରେ ସାମିଲ ହେବା ପାଇଁ ଓଡ଼ିଶା ରାଜ୍ୟ ନକ୍ସଲ କମିଟି ପକ୍ଷରୁ ଏହି ପୋଷ୍ଟରେ ଅନୁରୋଧ କରାଯାଇଥିଲା।
ଗତକାଲି ରାତିରେ ୭ରୁ ୮ ଜଣ ନକ୍ସଲ ଆସି ବସ୍ରେ ପୋଷ୍ଟର ଲଗାଇଥିଲେ। ଖବର ପାଇବା ପରେ ନୂଆପଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍ରୁ ପୋଷ୍ଟର ଖୋଲି ନେଇଥିଲେ।
from Odisha Reporter http://bit.ly/2MBykPO
No comments:
Post a Comment