
ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ମୋଦି ସରକାର ବିମୁଦ୍ରାକରଣକୁ ଏକ ସଫଳ ପଦକ୍ଷେପ ବୋଲି ବାରମ୍ବାର ଦାବି କରିଆସୁଥିବା ବେଳେ ତାହାକୁ ଦେଶବାସୀ ଗ୍ରହଣ କରିପାରିନାହାନ୍ତି। ବିଭିନ୍ନ ରେଟିଂ ଏଜେନ୍ସିଠାରୁ ଆରମ୍ଭ କରି ଅର୍ଥନୀତିଜ୍ଞମାନେ ସମସ୍ତେ ଏହାକୁ ବିଭିନ୍ନ ସମୟରେ ସମାଲୋଚନା କରିଛନ୍ତି।
ଆଜି ଖୋଦ୍ ଲେବର ବ୍ୟୁରୋ ଏହାର ଏକ ତଥ୍ୟ ଉପସ୍ଥାପନ କରି କହିଛି ଏହି ବିମୁଦ୍ରାକରଣ ସମୟରେ ଦେଶରେ ବେକାରୀ ସମସ୍ୟା ୪ ଗୁଣ ବୃଦ୍ଧି ପାଇଥିଲା।୨୦୧୩-୧୪ ଆର୍ଥିକ ବର୍ଷରେ ଏହା ୩.୪% ଥିବା ବେଳେ ୨୦୧୪-୧୫ରେ ଏହା ୩.୭%କୁ ବଢିଛି। ସେହିପରି ୨୦୧୬-୧୭ରେ ଏହା ୩.୯%କୁ ବୃଦ୍ଧି ପାଇଛି ବୋଲି ଲେବର ବ୍ୟୁରୋ ପ୍ରକାଶ କରିଛି।
ଲେବର ବ୍ୟୁରୋ ଏହାର ଷଷ୍ଠ ବାର୍ଷିକ ଏମ୍ପ୍ଲୟମେଣ୍ଟ୍-ଅନ୍ଏମ୍ପ୍ଲଏମେଣ୍ଟ୍ ସର୍ଭେ ରିପୋର୍ଟ ପ୍ରକାଶ କରି ଦର୍ଶାଇଛି ଯେ, ଗୋଟେପଟେ ସରକାର ହଠାତ ବିମୁଦ୍ରାକରଣ ଘୋଷଣା କରି ଲୋକଙ୍କୁ ହଇରାଣ କରିଥିବା ବେଳେ ଅନ୍ୟପଟେ ଖଟିଖିଆ ଦିନମଜୁରିଆ କାମ ଖୋଜି ପାଇ ନାହାନ୍ତି।
କାମ କରିବା ପାଇଁ ଉପଲବ୍ଧ ଥିବା ଶ୍ରମ ଶକ୍ତି ଏବଂ ଆବଶ୍ୟକ ହେଉଥିବା ଶ୍ରମ ଶକ୍ତିର ତୁଳନା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
from Odisha Reporter http://bit.ly/2TGMjpR
No comments:
Post a Comment