ସରକାରୀ ଚାକିରିରେ ଫିକ୍ସି ଅଭିଯୋଗ, ଓପିଏସସି ପରୀକ୍ଷା ବାତିଲ ଦାବି କଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 11, 2019

ସରକାରୀ ଚାକିରିରେ ଫିକ୍ସି ଅଭିଯୋଗ, ଓପିଏସସି ପରୀକ୍ଷା ବାତିଲ ଦାବି କଲା କଂଗ୍ରେସ

Odisha-Congress-headquarters-Congress-Bhawan-e1484640510982-665x360

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଚାକିରିରେ ଓଡିଶା ସରକାରଙ୍କର ପ୍ରିୟା-ପ୍ରୀତି- ତୋଷଣ ନୀତିକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ସରକାରୀ ଚାକିରିରେ ରାଜ୍ୟ ସରକାର ଫିକ୍ସି କରୁଛନ୍ତି ଓ ଆଶାୟୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାସହିତ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଜାନୁଆରୀ ୨୦ତାରିଖରେ ପ୍ରସ୍ତାବିତ ପରୀକ୍ଷାକୁ ବାତିଲ କରିବା ପାଇଁ କଂଗ୍ରେସ ଦାବି କରିଛି।

ଆଜି ପିସିସି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ,ମୁଖପାତ୍ର ସୁଦର୍ଶନ ଦାସ ଓ ପ୍ରଶାନ୍ତ ଶତପଥୀ ପ୍ରମୁଖ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଚାକିରି ଆଶାୟୀ ଯୁବବର୍ଗଙ୍କ ଭାଗ୍ୟ ସହିତ ଖେଳିବାକୁ ଓଡ଼ିଶା ସରକାର ପଛାଉନାହାନ୍ତି ବୋଲି କହିଛନ୍ତି। କଂଗ୍ରେସ ଅଭିଯୋଗ କରିଛି ଯେ, ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ସହାୟକ ଲୋକୋ ପାଇଲଟ୍ ପାଇଁ ମୁଖ୍ୟ ପରୀକ୍ଷା ଜାନୁଆରୀ ୨୦ତାରିଖରେ ହେବାକୁ ପୂର୍ବରୁ ସ୍ଥିରୀକୃତ ହୋଇଥିବାବେଳେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ୍ ପରୀକ୍ଷା ମଧ୍ୟ ସେହିଦିନ ରହିଛି। ଏହି ବ୍ୟାଙ୍କିଙ୍ଗ୍ ପରୀକ୍ଷାକୁ ସର୍ବ ଭାରତୀୟ ସ୍ତରର ଆଇବିପିଏସ୍ ପରିଚାଳନା କରୁଛି। ଏହି ଦୁଇଟି ସର୍ବଭାରତୀୟ ସ୍ତରର ମୁଖ୍ୟ ପରୀକ୍ଷା ପାଇଁ ଓଡିଶାର ୧୦ ହଜାରରୁ ଉର୍ଦ୍ଧ୍ୱ  ମେଧାବୀ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଏମାନେ ସମସ୍ତେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଦୃଢ଼ ଆଶାବାଦୀ ଅଛନ୍ତି।

ଏପରିସ୍ଥଳେ ଓଡିଶା ଲୋକସେବା ଆୟୋଗ(ଓପିଏସସି) ସେହି ୨୦ତାରିଖରେ ପରୀକ୍ଷା ଆୟୋଜନ କରିବାକୁ ନେଇ ରାଜ୍ୟର ଲକ୍ଷ ଲକ୍ଷ ଚାକିରି ଆଶାୟୀ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଓପିଏସସିର ଏହି ପରୀକ୍ଷାକୁ ବାତିଲ ପାଇଁ କଂଗ୍ରେସ ଦାବି କରିଛି। ଦଳ କହିଛି ଯେ ସର୍ବଭାରତୀୟ ସ୍ତରର ଦୁଇଟି ପରୀକ୍ଷା  ରେଲୱେ ବୋର୍ଡ ଏବଂ ଆଇବିପିଏସ୍ ଦ୍ୱାରା ପୂର୍ବରୁ ସ୍ଥିରୀକୃତ ହୋଇଥିବାରୁ ଓଡିଶାର ଅନେକ ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ଯିବା ଅନିର୍ବାର୍ଯ୍ୟ। ଏପରିସ୍ଥଳେ ଓଡିଶାରେ ଓପିଏସସି ପରୀକ୍ଷା ଦେବା ସେମାନଙ୍କ ପକ୍ଷେ ସମ୍ଭବପର ନୁହେଁ।  ରାଜ୍ୟର କ୍ଷମତାସୀନ ବିଜେଡି ସରକାର ରାଜ୍ୟର ଶିକ୍ଷିତ ବେକାରଙ୍କ ପାଇଁ ଲୋକ ଦେଖାଣିଆ ଭାବେ ରାଜ୍ୟରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମ୍ମୁଖରେ ବିକ୍ଷୋଭ କରୁଥିବାବେଳେ ରାଜ୍ୟରେ ସରକାରୀ ଚାକିରିର ପରୀକ୍ଷା ପରିଚାଳନା କରୁଥିବା ଓଡିଶା ଲୋକସେବା ଆୟୋଗ ଜାଣିଶୁଣି ଏହିଭଳି ଦିନ ଓ ତାରିଖ ଧାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଅଗଣିତ ଶିକ୍ଷିତ ବେକାର ଓ ଚାକିରୀ ଆଶାୟୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଚଳିତ ମାସ ଜାନୁଆରୀ ୨ ତାରିଖରେ ଓପିଏସସି ରାତିଅଧିଆ ଏଭଳି ନିଷ୍ପତ୍ତି ନେଇ ପରୀକ୍ଷା ପାଇଁ ଯେଉଁ ତାରିଖ ଘୋଷଣା କଲେ ତାହା ସରକାରୀ ଚାକିରୀକୁ ଦଳୀୟ ପାଣ୍ଠି ପାଇଁ ବିକ୍ରୀ କରିଦେବା ନିମନ୍ତେ ହୋଇଥିବା ଏକ ଗଭୀର ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ସୁଦର୍ଶନ ଦାସ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2VJBNQM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages