
ଧାନବାଦ:ବିହାରରେ ଏକ ଅଭାବନୀୟକାଣ୍ଡ ଘଟିଛି। ବାପାଙ୍କୁ ହତ୍ୟା କରି ପୁଅ-ବୋହୂ ଫେରାର ହୋଇଗଲେ। ସମ୍ପତ୍ତି ଗଣ୍ଡଗୋଳକୁ ନେଇ ଶୁକ୍ରବାର ରାତିରେ ଏମିତି ଏକ ଵୀଭତ୍ସ ଘଟଣା ଘଟିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ୟାଦେଶ ୟାଦବ। ଘର ଧନସର୍ ପୁଲିସ ଷ୍ଟେଶନ ଅଧୀନ ବ୍ରହ୍ମଶୀଲା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ୟାଦେଶ ଯାଦବ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଛି।ଏନେଇ ମୃତ ବ୍ୟକ୍ତିଙ୍କ ସାନ ପୁଅ ତଥା ୟାଦେଶଙ୍କ ସାନ ଭାଇ ଅଖିଲେଶ ଯାଦବ ଧନସର୍ ଥାନାରେ ଏକ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ବାପାଙ୍କୁ ହତ୍ୟା କରି ଭାଇ ୟାଦେଶ ଏବଂ ଭାଉଜ ଖସିଯାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ଏହି ମାମଲା ରୁଜୁ କରାଯାଥିବା ଡିଏସ୍ପି ମୁକେଶ କୁମାର କହିଛନ୍ତି।
ଅଭିଯୋଗ ଅନୁଯାୟୀ, ବୃତ୍ତିରେ ୟାଦେଶ ହେଉଛନ୍ତି ଜଣେ ଡ୍ରାଇଭର। ତେବେ ବିହାରର ଶେଖପୁରାରେ ଥିବା ନିଜ ପୈତୃକ ସମ୍ପତ୍ତି ପାଇଁ ୟାଦେଶ ଦାବି କରି ଆସୁଥିଲେ। ଏମିତିକି ସମ୍ପତ୍ତି ଭାଗ ପାଇଁ ଅଡ଼ି ବସିବା ସହ ଘରୁ ଅଲଗା ହୋଇଯିବା ପାଇଁ ଦାବି କରି ଆସୁଥିଲେ। ସମ୍ପତ୍ତି ପାଇଁ ପାରିବାରିକ କହଳ ଲାଗି ରହିଥିବା ବେଳେ ଗତ ୩ ଦିନ ତଳେ ଏହା ଉଗ୍ର ରୂପ ଧାରଣ କରିଥିଲା। ଏହି କାରଣକୁ ନେଇ ଗତ ଶୁକ୍ରବାର ରାତିରେ ପୁଅ ୟାଦେଶ ଅତ୍ୟଧିକ ମଦ୍ୟପାନ କରୁଥିବା ବେଳେ ବାପା ରାମବିଲାସ୍ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ଏଥିରେ ୟାଦେଶ ଉତକ୍ଷିପ୍ତ ହୋଇ ଏକ ଆଇରନ୍ ରଡ଼ରେ ତାଙ୍କ ମୁଣ୍ଡକୁ ପିଟିଥିଲେ। ଆଉ ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ଘଟିଥିଲା।
from Odisha Reporter http://bit.ly/2CesIGL
No comments:
Post a Comment