ଡ୍ରେସିଂରୁମ୍‌ରେ ଅଧା ଲଙ୍ଗଳା ଖେଳାଳିଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଡ୍ରେସିଂରୁମ୍‌ରେ ଅଧା ଲଙ୍ଗଳା ଖେଳାଳିଙ୍କୁ ଦେଖି ହଡ଼ବଡ଼େଇ ଯାଇଥିଲେ ରାହୁଲ

ମୁମ୍ବାଇ: ଗତ କିଛି ଦିନ ତଳେ କରନ୍‌ ଜୋହରଙ୍କ ଶୋ’ କଫି ୱିଥ୍‌ କରନ୍‌ରେ ଆସିଥିଲେ କେଏଲ୍‌ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା। ଷ୍ଟାର ୱାର୍ଲ୍ଡ ଏବଂ ଷ୍ଟାରୱାର୍ଲ୍ଡ ଏଚ୍‌ଡିରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ସାଧାରଣତଃ ଫିଲ୍ମ ଦୁନିଆର ନାମକରା ବ୍ୟକ୍ତିତ୍ୱ ଆସନ୍ତି, କିନ୍ତୁ ଏଥର ଅତିଥି ଥିଲେ ଟିକେ ନିଆରା।

ଏହି ଟକ ଶୋ’ର ଟିଜର ଗତ କିଛି ଦିନ ତଳେ ରିଲିଜ୍‌ ହୋଇଥିବାବେଳେ ଏହା ମଧ୍ୟ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା। ଏଥିରେ ଦୁଇ କ୍ରିକେଟର ରାହୁଲ ଏବଂ ପାଣ୍ଡ୍ୟା ଖୁବ୍‌ ମଜା କରିଥିବା ଭିଡିଓରୁ ଜଣାପଡ଼ୁଛି। ୨୦୧୪ ଡିସେମ୍ବରରେ ଅନ୍ତର୍ଜାତୀୟ କ୍ୟାରିଅର୍‌ ଆରମ୍ଭ କରିଥିବା ରାହୁଲଙ୍କୁ ଭାରତୀୟ ଡ୍ରେସିଂ ରୁମ୍‌ର ସବୁଠାରୁ ଅଡ଼ୁଆ ମୁହୂର୍ତ୍ତ କେଉଁଟା ପଚରାଯିବାରୁ ସେ ଏକ ଅଦ୍ଭୁତ ଉତ୍ତର ରଖିଥିଲେ।

ସେ କହିଥିଲେ, ଡ୍ରେସିଂରୁମ୍‌ରେ ସମସ୍ତ ଖେଳାଳି ଅର୍ଦ୍ଧନଗ୍ନ ଅବସ୍ଥାରେ ଏଣେତେଣେ ବୁଲିବା ମୋତେ ଅଡ଼ୁଆ ଲାଗିଥିଲା। କର୍ଣ୍ଣାଟକା ଦଳପାଇଁ ଖେଳୁଥିବାବେଳେ ଆମେ ଏପରି କରୁନଥିଲୁ। ପରେ ଜାଣିଲି ସମସ୍ତଙ୍କୁ ତାହା ଠିକ୍‌ ଲାଗୁଛି, ତେଣୁ ମୁଁ ମଧ୍ୟ ସେପରି କରିବା ଆରମ୍ଭ କଲି।

ସେହିଭଳି ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା ସେ ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଚିୟରଲିଡର୍ସଙ୍କ ଆଡ଼କୁ କିଏ ବେଶୀ ଆକର୍ଷିତ ହୁଅନ୍ତିନି। ରାହୁଲ ନିଜ ନାଁ ହିଁ ନେଇଥିଲେ ଏବଂ ମଜାରେ କହିଥିଲେ ପାଣ୍ଡ୍ୟା ସେମାନଙ୍କ ସହିତ ବେଶ୍‌ କିଛି ସମୟ ବିତାଇସାରିଛନ୍ତି।



from Odisha Reporter http://bit.ly/2AwIWKY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages