ଗଞ୍ଜମା ମାଟିରେ ନବୀନଙ୍କ ପରେ ବର୍ଷିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 6, 2019

ଗଞ୍ଜମା ମାଟିରେ ନବୀନଙ୍କ ପରେ ବର୍ଷିଲେ ଧର୍ମେନ୍ଦ୍ର

BhanjaNagar

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଗଞ୍ଜମା ଜିଲ୍ଲାର ଭଞ୍ଜନଗରରେ ଆୟୋଜିତ ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ଶହ ଶହ ବିଜେପି କର୍ମୀ ଯୋଗ ଦେଇଥିଲେ।

ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ କରାଯାଉଛି।

ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ, “ଏ ଅଞ୍ଚଳରେ ବିଜୁ ବାବୁଙ୍କର ଜନ୍ମ ହୋଇଥିଲା। ନବୀନ ବାବୁଙ୍କର ନିଜ ଗାଁ ଏ ଅଞ୍ଚଳରେ। ହେଲେ ଜମିକୁ ପାଣି ମୁନ୍ଦେ ଦେଇପାରେନାହିଁ। ବିଦ୍ୟାଳୟକୁ ଶିକ୍ଷକ ଓ ଡାକ୍ତରଖାନାକୁ ଡାକ୍ତର ଦେଇ ପାରିନାହିଁ ଏ ସରକାର। ଆଜି ସମୟ ଆସିଛି ତାଙ୍କ ୧୯ ବର୍ଷ ଶାସନ କରିବାର ଜବାବ ମାଗିବା ପାଇଁ।”

ସେ ଆହୁରି କହିଥିଲେ, “ଓଡ଼ିଶାର ଶିକ୍ଷକଙ୍କୁ ଦରମା ଦେବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ। ଶାହାରୁଖ ଖାନ୍‌ ଓ ସଲମାନ ଖାନ୍‌ଙ୍କୁ ଆଣି ନଚାଇବା ପାଇଁ ଟଙ୍କା ଅଛି। ନବୀନ ବାବୁଙ୍କ ବ୍ୟବସ୍ଥା ଆଜି ଚାଷୀଙ୍କୁ ଧାନ କ୍ୱିଣ୍ଟାଲକୁ ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ କରୁଛି। କୁମ୍ଭୀର କାନ୍ଦଣା କାନ୍ଦିବାକୁ ଦିଲ୍ଲୀ ଯାଉଛନ୍ତି। ତୃତୀୟ ମହଲାରେ ବସିଥିବା କିଛି କଳାପାହାଡ଼ ଓଡ଼ିଆଙ୍କ କଣ୍ଠରୋଧ କରିବା ପାଇଁ ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାରେ ଜଳସେଚନ କରିପାରିନାହାନ୍ତି। ଆଗାମୀ ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଘରେ ଘରେ ପାଇପ୍‌ ଯୋଗେ ରୋଷେଇ ଗ୍ୟାସ୍‌ ପହଞ୍ଚାଇବୁ।”



from Odisha Reporter http://bit.ly/2FbhbuO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages