
କାନ୍ବେରା:ବେଙ୍ଗକୁ ସାପ ଖାଉଥିବାର ଆପଣ ଦେଖିଥିବେ। କିନ୍ତୁ ଏହାର ଠିକ୍ ଓଲଟା ଦୃଶ୍ୟ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଦୃଶ୍ୟଟି ହେଉଛି ଅଷ୍ଟ୍ରେଲିଆରେ ଏକ ଅଜଗର ସାପ ଉପରେ ୧୦ରୁ ୧୨ ଟି ବେଙ୍ଗ ସବାରି ହୋଇ ଯାଉଛନ୍ତି।ଏହି ଭିଡିଓକୁ କିସାନ୍ ପାଲ୍ ନାମକ ଜଣେ ବ୍ୟକ୍ତି ଶେଆର୍ କରିଛନ୍ତି। ଅଷ୍ଟ୍ରେଲିଆର କୁନୁକୁରାରେ ଝଡ଼ ହୋଇଥିଲା ଏବଂ ଏହା ପରେ କ୍ଷେତରୁ କିଛି ବେଙ୍ଗ ରାସ୍ତା ଉପରକୁ ଉଠି ଆସିଥିଲେ।
ବନ୍ୟା ଯୋଗୁ ବେଙ୍ଗମାନେ ଅନ୍ୟତ୍ର କେଉଁ ଆଡ଼େ ନ ଯାଇ ପାରି ସାପର ପିଠି ଉପରେ ସବାରି ହୋଇ ଯାଉଛନ୍ତି। ଯେଉଁ ଦୃଶ୍ୟ ସୋଶାଲ ମିଡିଆରେ ୟୁଜର୍ସଙ୍କୁ ପସନ୍ଦ ଆସିଛି।
ରିପୋର୍ଟ ଅନୁସସାରେ, କିସାନ୍ ପାଲ୍ କହିଛନ୍ତି, ବନ୍ୟା ଯୋଗୁ ତାଙ୍କ କ୍ଷେତରେ ଅଧିକ ପାଣି ଭରି ଯାଇଥିଲା।
ଏହା ଯୋଗୁ ବେଙ୍ଗମାନେ ଅଜଗର ପିଠିରେ ସାହାରା ନେଇଛନ୍ତି। କିସାନ୍ଙ୍କ କ୍ଷେତରେ ଅନେକ ବେଙ୍ଗ ରହିଥିଲେ। କିନ୍ତୁ ସେ ଏପରି ଦୃଶ୍ୟ ପ୍ରଥମଥର ପାଇଁ ଦେଖିଥିଲେ। ଯେଉଁଠି ସାପ ପିଠିରେ ବେଙ୍ଗମାନେ ବସି ମଜା ନେଉଛନ୍ତି।
ବେଙ୍ଗମାନେ ବସିଥିବା ସେହି ଅଜଗରର ଲମ୍ୱ ହେଉଛି ୩.୫ ମିଟର। କିସାନ୍ ଏହି ଭିଡିଓକୁ ଶେଆର୍ କରିବା ପରେ ୟୁଜର୍ସ ଏପରି ଦୃଶ୍ୟ ଦେଖି କମେଣ୍ଟ୍ ଦେବାରେ ଲାଗିଛନ୍ତି।
from Odisha Reporter http://bit.ly/2AsPuKE
No comments:
Post a Comment