ରଣଜୀ ମୁକାବିଲା: ମ୍ୟାଚ୍‌ ଡ୍ର ରଖିଲା ଓଡ଼ିଶା, ସର୍ଭିସେସ୍‌କୁ ୩ ପଏଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 2, 2019

ରଣଜୀ ମୁକାବିଲା: ମ୍ୟାଚ୍‌ ଡ୍ର ରଖିଲା ଓଡ଼ିଶା, ସର୍ଭିସେସ୍‌କୁ ୩ ପଏଣ୍ଟ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ଏଲ୍‌ଟି ଗ୍ରୁପ୍‌ର ସର୍ଭିସେସ୍‌ ବିପକ୍ଷ ମୁକାବିଲାକୁ ଟିମ୍‌ ଓଡ଼ିଶା ଡ୍ର ରଖିବାକୁ ସକ୍ଷମ ହୋଇଛି। ତେବେ ପ୍ରଥମ ଇନିଂସ୍‌ର ଅଗ୍ରଣୀ ଭିତ୍ତିରେ ସିର୍ଭିସେସ୍‌କୁ ୩ ପଏଣ୍ଟ ମିଳିଛି। ସେହିପରି ଓଡ଼ିଶାକୁ ମାତ୍ର ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଦିଲ୍ଲୀର ପାଲମ ପଡ଼ିଆରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଓଡ଼ିଶାର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦଳ ମାତ୍ର ୧୭୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ଦଳ ପକ୍ଷରୁ ଅଭିଷେକ ରାଉତ ସର୍ବାଧିକ ୫୬ ରନ୍‌ କରିଥିବା ବେଳେ ବିପ୍ଳବ ସାମନ୍ତରାୟ ୪୧ ଓ ଦେବାଶିଷ ସାମନ୍ତରାୟ ୨୬ ରନ୍‌ କରିଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ସର୍ଭିସେସ୍‌ ପକ୍ଷରୁ ଏଏ ବାମଲ ୪ଟି ୱିକେଟ୍‌ ନେଇଥିବା ବେଳେ ଦିୱେଶ ଗୁରୁଦେବ ପଥନିଆ ଓ ସଚ୍ଚିଦାନନ୍ଦ ପାଣ୍ଡେ ୨ଟି ଲେଖାଏ ୱିକେଟ ପାଇଥିଲେ। ସେହିପରି ଏନ୍‌କେ ସିଂହ ଗୋଟିଏ ୱିକେଟ୍‌ ନେଇଥିଲେ।

ଏହାର ଜବାବ୍‌ରେ ସର୍ଭିସେସ୍‌ ବିକାଶ ହାଥୱାଲାଙ୍କ ୧୧୫ ଓ ଅଧିନାୟକ ରଜତ ପଲିୱାଲଙ୍କ ୬୨ ରନ୍‌କୁ ଆଧାର କରି ୮ ୱିକେଟ୍‌ରେ ୪୧୭ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ଓ ଅଭିଷେକ ରାଉତ ୨ଟି ୱିକେଟ୍‌ ନେଇଥିବା ବେଳେ ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଅନୁରାଗ ଷଡ଼ଙ୍ଗୀ ଓ ଶାନ୍ତୁନ ମିଶ୍ର ଗୋଟିଏ ୱିକେଟ୍‌ ପାଇଥିଲେ।

ଓଡ଼ିଶା ତା’ର ଦ୍ୱିତୀୟ ଇନିଂସ୍‌ରେ ଓପନର୍‌ ଦେବାଶିଷ ସାମନ୍ତରାୟ ୧୦୨ ଓ ଅନୁରାଗ ଷଡ଼ଙ୍ଗୀଙ୍କ ଅପରାଜିତ ୪୬ ରନ୍‌ ବଲ୍‌ରେ ୫ ୱିକେଟ୍‌ ହରାଇ ୨୫୬ ରନ୍‌ କରିଥିଲା। ଏହି ସମୟରେ ୪ର୍ଥ ଦିନର ଖେଳ ଶେଷ ହେବାରୁ ମ୍ୟାଚ୍‌ଟି ଡ୍ର ରହିଥିଲା।



from Odisha Reporter http://bit.ly/2F2hEQO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages