ପାଣ୍ଡ୍ୟା ଓ ରାହୁଲଙ୍କ ଏପିସୋଡ୍‌ ପାଇଁ କ୍ଷମା ମାଗିଲେ କରନ ଜୋହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ପାଣ୍ଡ୍ୟା ଓ ରାହୁଲଙ୍କ ଏପିସୋଡ୍‌ ପାଇଁ କ୍ଷମା ମାଗିଲେ କରନ ଜୋହର

ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କ ଟିଭି କାର୍ଯ୍ୟକ୍ରମ ‘କଫି ୱିଥ କରନ୍‌’ରେ ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟସ୍‌ମ୍ୟାନ୍‌ କେଏଲ୍‌ ରାହୁଲ ମହିଳାଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ।

ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ଉଭୟଙ୍କୁ କ୍ରିକେଟ୍‌ରୁ ନିଲମ୍ବିତ କରାଯାଇଛି। ଏବେ ଏହି ଦୁଇ ଖେଳାଳିଙ୍କ କ୍ରିକେଟ୍‌ କ୍ୟାରିୟରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଆଜି ପ୍ରଥମଥର ଏହି ଘଟଣାରେ ମୁହଁ ଖୋଲିଛନ୍ତି କାର୍ଯ୍ୟକ୍ରମର ଆୟୋଜନ କରୁଥିବା କରନ୍‌ ଜୋହର। ସେ ପାଣ୍ଡ୍ୟା ଓ ରାହୁଲଙ୍କ ଏପିସୋଡରେ ଯାହା ଘଟିଥିଲା, ସେଥିପାଇଁ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

କରନ୍‌ ଜୋହର କହିଛନ୍ତି,“ ଆଜି ଯାଏ ମୋ ଶୋ’ରେ ଯାହା ଘଟିଥିଲା, ସେନେଇ ମୁହଁ ଖୋଲି ନଥିଲି। କିନ୍ତୁ ମୁଁ ଏତିକି କହିବାକୁ ଚାହେଁ ଯେ ମୁଁ ଆଉଟିକିଏ ଦାୟିତ୍ୱବାନ ହେବାର ଥିଲା। କାରଣ ମୋ ଶୋ’ରେ ଯାହା ଘଟିଲା, ସେଥିପାଇଁ ମୁଁ ଦାୟୀ। ଏଥିପାଇଁ ମୁଁ ଦୁଃଖିତ। ମୁଁ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କୁ ଅତିଥି ଭାବେ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଥିଲି।

ଏହି ଘଟଣା ପରେ ମୁଁ ଅନେକ ରାତି ଅନିଦ୍ରା ହେବା ସହ ଦୋଷୀ ବୋଲି ଅନୁଭବ କରିଥିଲି। ମୁଁ ପାଣ୍ଡ୍ୟା ଓ ରାହୁଲଙ୍କୁ ଯେଉଁ ପ୍ରଶ୍ନ କରିଥିଲି, ସେଭଳି ପ୍ରଶ୍ନ ମୁଁ ସମସ୍ତଙ୍କୁ କରେ। ଏପରି କି ମହିଳା ଅତିଥିମାନଙ୍କୁ ମଧ୍ୟ ପଚାରିଥାଏ।

ଦୀପିକା ଓ ଆଲିଆଙ୍କୁ ମଧ୍ୟ ମୁଁ ସମାନ ପ୍ରଶ୍ନ କରିଥିଲି। ହେଲେ ଉତ୍ତର ମୋ ହାତରେ ନଥିଲା। ମୋ ଶୋ’ରେ ୧୬ରୁ ୧୭ ଜଣ ଝିଅ କାମ କରନ୍ତି। ସେମାନେ ଏହି ଶୋ’ ପରେ ମୋତେ କୌଣସି ପ୍ରକାରର କିଛି କଥା କହି ନଥିଲେ। କିଏ ଏହି ଶୋ’କୁ ମଜାଦାର କହୁଥିବା ବେଳେ ଆଉ କିଏ ଏମିତି ଘଟେ ବୋଲି କହିଥିଲେ। କିନ୍ତୁ କେହି ବି ପାଣ୍ଡ୍ୟା କିମ୍ବା ରାହୁଲ ଅପଶବ୍ଦ ପ୍ରୟୋଗ କରିଛନ୍ତି ବୋଲି କହି ନଥିଲେ।”



from Odisha Reporter http://bit.ly/2HrE4gf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages