
ନାପିଅର୍: ଟିଭି ଶୋ’ରେ ମହିଳାଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ନିଲମ୍ବିତ ହୋଇଥିବା ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଅଷ୍ଟ୍ରେଲିଆ ଓ ପରେ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି। ଏବେ ତାଙ୍କ ଅନୁପସ୍ଥିତି ଟିମ୍ ଇଣ୍ଡିଆ ଓ ଅଧିନାୟକ ବିରାଟ୍ କୋହଲି ଅନୁଭବ କରୁଛନ୍ତି।
ବିରାଟ୍ ଏକଥା ସ୍ୱୀକାର କରିବା ସହ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଯୋଗୁ ଦଳ ବାଧ୍ୟ ହୋଇ ୩ ଜଣ ପେସ୍ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଉଥିବା କହିଛନ୍ତି।
ବିରାଟ୍ କହିଛନ୍ତି,“ ଯଦି ବିଜୟ ଶଙ୍କର କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ନାହାନ୍ତି, ତା’ହେଲେ ଆମକୁ ୩ ଜଣ ଦ୍ରୁତ ବୋଲର ନେଇ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ଯଦି ଜଣେ ମିଡିୟମ ପେସ୍ର ଅଲରାଉଣ୍ଡର ଦଳ ପାଇଁ କିଛି ଓଭର୍ ବୋଲିଂ କରିଦେବ, ତା’ହେଲେ ଅନ୍ୟ ଦୁଇ ଦ୍ରୁତ ବୋଲରଙ୍କ ସହ ଦଳକୁ ମଧ୍ୟ ସହାୟତା କରିବ।
ଏପରି ସ୍ଥିତିରେ ୧୪୦ ବେଗରେ ପକାଉଥିବା ଅତିରିକ୍ତ ତୃତୀୟ ଦ୍ରୁତ ବୋଲର ଆବଶ୍ୟକ ପଡ଼ିବ ନାହିଁ। ଯଦି ଅଲରାଉଣ୍ଡର ଆପଣଙ୍କ ପାଖରେ ରହିଛନ୍ତି, ତା’ହେଲେ ଆପଣଙ୍କ ପାଖରେ ବୋଲିଂର ବିକଳ୍ପ ରହିଛି। ତେଣୁ ତୃତୀୟ ଦ୍ରୁତ ବୋଲରଙ୍କ ଆବଶ୍ୟକତା ନାହିଁ।”
from Odisha Reporter http://bit.ly/2CEi4cj
No comments:
Post a Comment