ସବୁ ବେଙ୍ଗଲୀ ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ୱ: ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ସବୁ ବେଙ୍ଗଲୀ ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ୱ: ଶାହ

କୋଲକାତା: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ବିଧିବଦ୍ଧ ଭାବେ ପଶ୍ଚିମବଙ୍ଗରେ ବିଗୁଲ ବଜାଇଛନ୍ତି। ସେ ମାଲଦାଠାରେ ଆୟୋଜିତ ଏକ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ଦଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି।

ଏଥିସହ ଏବେଠାରୁ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଯଦି ବିଜେପି ପୁଣି କେନ୍ଦ୍ରରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ବେଙ୍ଗଲୀ ଶରଣାର୍ଥୀଙ୍କୁ ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରାଯିବ। କେନ୍ଦ୍ର ସରକାର ଆଣିଥିବା ସିଟିଜେନ୍‌ଶିପ୍‌ ବିଲ୍‌ ଜରିଆରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଶାହ କହିଛନ୍ତି।

ଶ୍ରୀ ଶାହ କହିଛନ୍ତି,“ଟିଏମ୍‌ସି ଏଠାରେ ଶାସନ କରୁଥିଲେ ହେଁ ଆଜି ଯାଏ ବେଙ୍ଗଲୀ ଶରଣାର୍ଥୀଙ୍କ ପାଇଁ କିଛି କରିନାହିଁ। ହେଲେ ଏଭଳି କଷ୍ଟ ଆଉ ବେଙ୍ଗଲୀ ଶରଣାର୍ଥୀମାନେ ଭୋଗିବେ ନାହିଁ। ସେମାନଙ୍କୁ ଆମେ ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରିବୁ।’’

ବିରୋଧୀ ଦଳଗୁଡ଼ିକ କୋଲକାତାରେ କରିଥିବା ମହାସମାବେଶକୁ କଟାକ୍ଷ କରି ଶ୍ରୀ ଶାହ କହିଛନ୍ତି,“ବିଜେପି ବିରୋଧୀ ଦଳଗୁଡ଼ିକ ଭାରତ ମାତା କି ଜୟ କିମ୍ବା ବନ୍ଦେ ମାତରମ୍‌ କହୁନାହାନ୍ତି। କିନ୍ତୁ ସେମାନେ ସର୍ବଦା ମୋଦି ମୋଦି ନାରା ଦେଉଛନ୍ତି।

ମହାଗଠବନ୍ଧନର ଏକମାତ୍ର ଲକ୍ଷ୍ୟ ହେଉଛି କ୍ଷମତା ଦଖଲ କରିବା ଓ ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧିତ କରିବା। ମହାଗଠବନ୍ଧନର ସଦସ୍ୟମାନେ ମୋଦି ହଟାଅ ଅଭିଯାନ ଚଳାଉଛନ୍ତି କିନ୍ତୁ ଆମେ ଗରିବୀ ଓ ଦୁର୍ନୀତି ହଟାଇବାକୁ ଚାହୁଁଛୁ। ଆସନ୍ତା ୨୦୧୯ ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରିଥିବା ଟିଏମ୍‌ସି ରହିବ ନାଁ ମୂଳରୁ ଓପାଡ଼ି ହୋଇଯିବ, ସେକଥା ସ୍ଥିର ହେବ। ଯଦି ମମତା ଦିଦି ଆମକୁ ରଥଯାତ୍ରା କରିବାକୁ ଅନୁମତି ନ ଦେବେ, ତା’ହେଲେ ଆମେ ଶୋଭାଯାତ୍ରା କରିବୁ। ଯଦି ସେ ଆମର ଶୋଭାଯାତ୍ରାକୁ ଅଟକାଇବେ, ତା’ହେଲେ ଆମେ ଘର ଘର ବୁଲି ଲୋକଙ୍କ ପାଖରେ ପହଞ୍ଚିବୁ।”



from Odisha Reporter http://bit.ly/2RJnJIC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages