ଗୋଲଡେନ୍‌ ବାବାଙ୍କ ଗୁମର ଖୋଲିବ EOW ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଗୋଲଡେନ୍‌ ବାବାଙ୍କ ଗୁମର ଖୋଲିବ EOW !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲଡେନ ବାବାଙ୍କ ଅଡ଼ୁଆ ବଢ଼ିବାକୁ ଯାଉଛି। ଅର୍ଥ କାରବାରରେ ତାଙ୍କ ଠକେଇର ଗୁମର ଖୋଲିବ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। କେଉଁଠୁ ଆସୁଥିଲା କୋଟି କୋଟି ଟଙ୍କା? କାହା ଛତ୍ରଛାୟାରେ ରହି କୋଟି କୋଟି ଟଙ୍କାର ଠକେଇ ହେଉଥିଲା? ଶାସକ ଦଳର ବିଧାୟକ, ନେତା ସହ ତାଙ୍କର ଫଟୋର ରହସ୍ୟ କଣ? ପ୍ରୋଟେକ୍ସନ ମନି କାରବାର ଚାଲିଥିଲା କି? ଏ ସବୁର ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW)।

କମିଶନରେଟ ପୁଲିସ ଅଧୀନରେ ୪ଟି ମାମଲା ଥିବା ବେଳେ ଠକେଇ ରାଶି ୫ କୋଟି ଟଙ୍କାରୁ ଅଧିକ ହେବ। ରାଜ୍ୟ ବାହାରକୁ ମଧ୍ୟ ଏହାର ଚେର ଲମ୍ବିଥିବା ସନ୍ଦେହ କରାଯାଉଛି। ଏସବୁର ଗୁମର ଖୋଲିବା ପାଇଁ ମାମଲାକୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ହସ୍ତାନ୍ତର କରିଛି କମିଶନରେଟ ପୁଲିସ।

ଜ୍ୟୋତିରଂଜନ ବେହେରା ଓରଫ ଗୋଲଡେନ୍‌ ବାବା ଦେହ ସାରା ସୁନା ଅଳଙ୍କାର। କେତେବେଳେ ଦାମୀ ଅଡି କାର୍ ତ କେତେବେଳେ BMW ଚଢ଼ୁଥିଲେ। ଶାସକ ଦଳର ସଭା ସମିତିରେ ମଧ୍ୟ ଉଠୁଥିଲେ ବସୁଥିଲେ। ମେୟରଙ୍କଠାରୁ ଆରମ୍ଭ କରି ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ, ପୂର୍ବତନ ବିଜେଡି ବିଧାୟକ ବିଭୁତି ବଳବନ୍ତରାୟଙ୍କ ସହ ସଭାସମିତିରେ ସେ ଦେଖିବାକୁ ମିଳୁଥିଲେ। ତେଣୁ ବିଜେଡି ନେତାଙ୍କ ସହିତ ଗୋଲଡେନ୍‌ ବାବାଙ୍କ ଲିଙ୍କର ଯାଞ୍ଚ ପାଇଁ ଦାବି କରିଛି ଛାତ୍ର କଂଗ୍ରେସ। ବିଜେଡି ଏହି ଅଭିଯୋଗକୁ ଖଣ୍ଡନ କରିଛି। କିନ୍ତୁ ଶାସକ ଦଳ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ EOW ବାବାଙ୍କ ଅସଲ ଗୁମର ଫିଟାଇ ପାରିବ କି ନାହିଁ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି।



from Odisha Reporter http://bit.ly/2GRofiA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages