ISIS ଲିଙ୍କ୍‌ ଅଭିଯୋଗରେ ନାବାଳକ ସମେତ ୯ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 23, 2019

ISIS ଲିଙ୍କ୍‌ ଅଭିଯୋଗରେ ନାବାଳକ ସମେତ ୯ ଗିରଫ

isis

ମୁମ୍ବାଇ: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଲିଙ୍କ ଥିବା ଅଭିଯୋଗରେ ଜଣେ ନାବାଳକ ସମେତ ୯ ଜଣଙ୍କୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି। ମହାରାଷ୍ଟ୍ର ଆଣ୍ଟି ଟେରର୍‌ ସ୍କ୍ୱାର୍ଡ (ATS) ଏମାନଙ୍କୁ ଥାଣେ, ମୁମ୍ବ୍ରା ଓ ଔରାଙ୍ଗାବାଦରୁ ମଙ୍ଗଳବାର ଗିରଫ କରିଛି। ଗଣତନ୍ତ୍ର ଦିବସରେ ଏମାନେ ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି।

ଏଟିଏସ୍‌ ଅନୁସାରେ ଏମାନଙ୍କ ପାଖରୁ କେମିକାଲ ପାଉଡର, ଏସିଡ ବୋତଲ, ଧାରୁଆ ଅସ୍ତ୍ର, ହାର୍ଡ ଡ୍ରାଇଭ୍‌, ମୋବାଇଲ୍‌ ଫୋନ୍‌, ସିମ କାର୍ଡ ଜବତ କରାଯାଇଛି।

ତେବେ ଏମାନେ କେଉଁ କେଉଁ ସ୍ଥାନରେ ଆତଙ୍କୀ ଆକ୍ରମଣ ଘଟାଇଥାନ୍ତେ ତାହା ସ୍ପଷ୍ଟ ହୋଇ ନଥିବା ଏଟିଏସ୍‌ ପକ୍ଷରୁ କୁହାଯାଇଛି।

ଏଟିଏସ୍‌ ଅନୁସାରେ ଏହି ଯୁବକମାନଙ୍କ ଉପରେ ବହୁ ପୂର୍ବରୁ ସନ୍ଦେହ ଥିଲା। ଏଥିପାଇଁ ଏକାଧିକ ଟିମ୍‌ କରାଯାଇ ସେମାନଙ୍କ ଗତିବିଧି ଉପରେ କିଛି ସପ୍ତାହ ହେଲା ନଜର ରଖାଯାଇଥିଲା। ଆଇଏସ୍‌ଆଇଏସ୍‌ ସହ ସମ୍ପର୍କ ଥିବା ନେଇ ସେମାନଙ୍କ ଗତିବିଧିରୁ ସ୍ପଷ୍ଟ ହେବା ପରେ ମଙ୍ଗଳବାର ରାତିରେ ଏଟିଏସ୍‌ ଡର୍ଜନରୁ ଅଧିକ ଟିମ୍‌ ଥାଣେ, ମୁମ୍ବ୍ରା ଓ ଔରଙ୍ଗାବାଦ୍‌ର ୫ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ଉ କରି ଏମାନଙ୍କୁ କାବୁ କରିଥିଲା। ଏହାପରେ ସେମାନଙ୍କୁ ପଚରାଉଚରା କରାଯିବା ସହ ଗିରଫ କରାଯାଇଥିଲା।

ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ଏଟିଏସ୍‌ ଅଧିକ ସୂଚନା ଦେଇ ନଥିଲେ ବି ସେମାନଙ୍କ ବୟସ ଓ କେଉଁ ସ୍ଥାନରୁ ଗିରଫ ହୋଇଛନ୍ତି ତାହା କହିଛି।

୪ ଜଣ ଲେଖାଏ ଔରଙ୍ଗାବାଦ ଓ ମୁମ୍ବ୍ରାରୁ ଗିରଫ କରାଯାଇଥିବା ବେଳେ ୧୭ ବର୍ଷୀୟ ନାବାଳକକୁ ଥାଣେରୁ ଗିରଫ କରାଯାଇଥିବା ଜଣାପଡ଼ିଛି।



from Odisha Reporter http://bit.ly/2AYwHXT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages