Redmi Note 7ରେ ମିଳୁଛି  Pixel 3 ଭଳି ନାଇଟ୍‌ ସାଇଟ୍‌ ଫିଚର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 17, 2019

Redmi Note 7ରେ ମିଳୁଛି  Pixel 3 ଭଳି ନାଇଟ୍‌ ସାଇଟ୍‌ ଫିଚର

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟ ଫୋନ୍‌ ନିର୍ମାତା ଶାଉମି ନିକଟରେ Redmi Note 7 ଲଞ୍ଚ କରିଛି। ସବୁ ବର୍ଗକୁ ସୁହାଇଲା ଭଳି ମୂଲ୍ୟ ଥିବା ଏହି ଫୋନ୍‌ ଚୀନ୍‌ରେ ସର୍ବାଧିକ ବିକ୍ରି ହୋଇଛି। ମାତ୍ର ୯ ମିନିଟ୍‌ରେ ୧ ଲକ୍ଷ ୟୁନିଟ ଫୋନ୍‌ ବିକ୍ରି ହୋଇଛି। ସେହିପରି କମ୍ପାନୀ ୨ ସପ୍ତାହ ମଧ୍ୟରେ  ୧୦ ଲକ୍ଷ ଫୋନ୍‌ ବିକ୍ରି କରିବାକୁ ଯୋଜନା କରିଛି। ଏହି ସ୍ମାର୍ଟ ଫୋନ୍‌ରେ ନାଇଟ୍‌ ସ୍କିନ୍‌ ମୁଡ୍‌ ବ୍ୟବସ୍ଥା ରହିଛି।

ଏହାର ଅର୍ଥ ଆପଣ ବିନା ଆଲୁଅରେ ଏବଂ ବିନା ଫ୍ଲାସ ଲାଇଟ୍‌ ବ୍ୟବହାର କରି ଫଟୋ କ୍ଲିକ୍‌ କରିପାରିବେ। କମ୍ପାନୀର କହିବା ଅନୁଯାୟୀ, Redmi Note 7 ଫୋନ୍‌ର ସଫ୍ଟୱେୟାର ଅପ୍‌ଡେଟ୍‌ ବେଳେ ଏହି ସୁବିଧା ଉପଲବ୍ଧ ହୋଇପାରିବ। Redmi Note 7ର ଏହି ଫିଚର Google Pixel 3 ଫୋନ୍‌ ସହ ତୁଳନୀୟ। ଶାଉମିର କହିବା ଅନୁଯାଇ ଖରାପ ଲାଇଟରେ ମଧ୍ୟ ଏଥିରେ ଫଟୋ କ୍ୱାଲିଟି ଭଲ ଆସିବ।

ସେହିପରି ଏହି ଫୋନ୍‌ରେ ଲାଉଡ୍‌ ସ୍ପିକର, microphones ଓ USB type C ଭଳି ବିକଳ୍ପ ରହିଛି।  ଏଥିରେ 16 MP +16 MP ଡ୍ୟୁଆଲ ରିଅର କ୍ୟମେରା, aperture of f1.7. ଏବଂ Snapdragon 845 SoC with 6 / 8GB of RAM ଆଦି ସୁବିଧା ଉପଲବ୍ଧ।  ଭାରତୀୟ ମୁଦ୍ରାରେ ଏହି ଫୋନ୍‌ର ଦର 29,369 ଟଙ୍କାରୁ ଆରମ୍ଭ ହେଉଛି।



from Odisha Reporter http://bit.ly/2FykHQG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages