ଆଦିବାସୀ ଅଞ୍ଚଳରେ ସ୍ୱାବଲମ୍ଭୀ ହେବାର ବାଟ ଦେଖାଉଛନ୍ତି SHG - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ଆଦିବାସୀ ଅଞ୍ଚଳରେ ସ୍ୱାବଲମ୍ଭୀ ହେବାର ବାଟ ଦେଖାଉଛନ୍ତି SHG

ନୂଆପଡ଼ା/ଜୟପୁର(ଓଡ଼ିଶା ରିପୋର୍ଟର): ସମାଜକୁ ନୂଆ ଦିଶା ଓ ସନ୍ଦେଶ ଦେବାରେ ମହିଳାମାନଙ୍କ ଅବଦାନ କିଛି କମ୍ ନୁହେଁ। ଯାହାର ଉଦାହରଣ ଦେଖିବାକୁ ମିଳିଛି ରାଜ୍ୟର ଦାଦନ ମାନଚିତ୍ରରେ ଚର୍ଚ୍ଚିତ ଜିଲ୍ଲା ନୂଆପଡ଼ା ଓ ଅଦିବାସୀ ବହୁଳ କୋରାପୁଟର ଜୟପୁରରେ। ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଖଲି ତିଆରି କୁଟୀରଶିଳ୍ପରୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ୱାବଲମ୍ବୀ ହେଉଛନ୍ତି।

ଦାଦନ ମାନଚିତ୍ରରେ ନୂଆପଡ଼ା ଜିଲ୍ଲାର ନାଁକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଗାଁରେ କାମ ମିଳୁନଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଲୋକେ ନିର୍ଯାତନାରେ ଶିକାର ହେଉଥିଲେ। ଆଜି କିନ୍ତୁ ସେମାନଙ୍କ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ଦେଇଛି ନୂଆ ପରିଚୟ ସାଙ୍ଗକୁ ଆର୍ଥିକ ସ୍ୱଚ୍ଛଳତା। କୋମନା ବ୍ଲକ କୁରେଶ୍ୱର ଗାଁର ମାଆ ତୁଳସୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଆଜି ସାରା ଜିଲ୍ଲା ପାଇଁ ସାଜିଛନ୍ତି ଆଦର୍ଶ। ଓଡ଼ିଶା ଜୀବୀକା ମିଶନରୁ ଋଣ ନେଇ ଖଲି ଓ ଦନା ତିଆରି କୁଟୀର ଶିଳ୍ପରେ ନିଜକୁ ନିୟୋଜିତ କରି ପରିବାରର ଆର୍ଥିକ ଅବସ୍ଥା ବଦଳାଇ ପାରିଛନ୍ତି।

ମାରାତ୍ମକ ପଲିଥିନ୍ ବର୍ଜନ ପାଇଁ ଜୟପୁର ସହରରେ ସଚେତନତା ସୃଷ୍ଟି କରାଯାଉଛି। ସମଲେଶ୍ୱରୀ ସ୍ୱୟଂ ସହାୟିକା ଗୋଷ୍ଠୀର ଏଭଳି ଉଦ୍ୟମକୁ ଏବେ ଚାରିଆଡ଼େ ପ୍ରଶଂସା କରାଯାଉଛି। ସକାଳୁ ଘର କାମ ସାରି ଗୋଷ୍ଠୀର ସଦସ୍ୟାମାନେ ଏକାଠି ବସି ପୁରୁଣା କାଗଜରେ ତିଆରି କରୁଛନ୍ତି ଭଳିକି ଭଳି ଠୁଙ୍ଗା। ଛୋଟରୁ ବଡ଼ ସାଇଜ୍‌ରେ ଦୈନିକ ୪ରୁ ୫ କେଜି ପର୍ଯ୍ୟନ୍ତ ଠୁଙ୍ଗା ତିଆରି କରି ସନ୍ଧ୍ୟାରେ ସେଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି। ଉଭୟ ବ୍ୟବସାୟୀ ଓ ଗ୍ରାହକ, ସମସ୍ତେ ହାତ ପାହାନ୍ତାରେ ପଲିଥିନର ବିକଳ୍ପ ପାଇଁ ଖୁସି ହେଉଛନ୍ତି। ଆଉ ବୁଦ୍ଧିଜୀବୀ ଏହାକୁ ଦୃଷ୍ଟାନ୍ତମୂଳକ ଉଦ୍ୟମ ବୋଲି କହୁଛନ୍ତି।



from Odisha Reporter http://bit.ly/2ThOBMk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages