
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଟି ନୁହେଁ କି ପଥର ନୁହେଁ। ସମୁଦ୍ରର ବିସ୍ତୀର୍ଣ୍ଣ ବାଲୁକାରାଶିରେ ପଡ଼ିଥିବା ଅଦକାରୀ ଶଙ୍ଖ କିମ୍ବା ଶାମୁକାଟିଏ ତାଙ୍କ ହାତରେ ପଡ଼ିଗଲେ, ସତେ ଯେମିତି ପାଲଟିଯାଏ ଜୀବନ୍ତ। ତାଙ୍କର ସୃଜନଶୀଳ ପରିକଳ୍ପନା କେତେ ବେଳେ ପ୍ରତିମୂର୍ତ୍ତି ନିର୍ମାଣ କଳାରେ ରୂପାୟିତ ହୁଏ, ତ ଆଉ କେବେ ପାଲଟିଯାଏ ଆକର୍ଷଣୀୟ ଘରକରଣା ଏବଂ ସାଜସଜ୍ଜାର ସାମଗ୍ରୀ। ଆଉ ଏହି ଯାଦୁଗରୀ କଳାର ଜଣେ ପ୍ରବୀଣ ଶିଳ୍ପୀ ହେଲେ ପୁରୀର ରଘୁନାଥ ମହାପାତ୍ର।
ଗୁଜୁରାଣ ମେଣ୍ଟାଇବା ପାଇଁ ପ୍ରଥମେ ଯୁବ ବୟସରେ ଏହି କଳାକୁ ଆପଣାଇ ନେଇଥିଲେ ରଘୁନାଥ। ଅନେକ ସଂଘର୍ଷ ଆଉ ସଂଗ୍ରାମ ଭିତରେ ଗୋଟିଏ ପରେ ଗୋଟିଏ କଳାକୃତି ତାଙ୍କୁ ବାଟ କଢ଼ାଇ ନେଇଥିଲା ସଫଳତା ଆଡ଼କୁ। ବର୍ତ୍ତମାନ ସାରା ବିଶ୍ୱରେ ରଘୁନାଥ ପାଲଟି ଯାଇଛନ୍ତି ଜଣେ ପରିଚିତ ଶିଳ୍ପୀ। ସେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହିମା ଆଧାରିତ ଦଶାବତାର ମୂର୍ତ୍ତି ଏବଂ ଶ୍ରୀମନ୍ଦିରର ପ୍ରତିକୃତିକୁ ଅତି ନିଖୁଣ ଭାବେ ତିଆରି କରିପାରୁଥିଲେ। ଏବେ ତାଙ୍କ ପୁଅ ଆପଣାଇ ନେଇଛନ୍ତି ଶଙ୍ଖ ଓ ଶାମୁକାର ଏହି ହସ୍ତକଳାକୁ। ଖାଲି ଯେ ପୁଅ କିମ୍ବା ପରିବାର ତା”ନୁହେଁ, ରଘୁନାଥଙ୍କ ଏହି କଳାକୁ ଆଦରି ନେଇ ସ୍ୱାବଲମ୍ବୀ ହୋଇଛନ୍ତି ବହୁ ଯୁବ ଶିଳ୍ପୀ।

from Odisha Reporter http://bit.ly/2G366fS
No comments:
Post a Comment