ଖୁବ୍‌ ଶୀଘ୍ର ବନ୍ଦ ହୋଇଯିବ windows 7 ସପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 16, 2019

ଖୁବ୍‌ ଶୀଘ୍ର ବନ୍ଦ ହୋଇଯିବ windows 7 ସପୋର୍ଟ

ନୂଆଦିଲ୍ଲୀ: ଯଦି ଆପଣ କମ୍ପ୍ୟୁଟର କିମ୍ବା ଲାପଟପ୍ ବ୍ୟବହାର କରୁଛନ୍ତି,  ଆପଣଙ୍କ ପାଖରେ ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମ୍ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ। ମାଇକ୍ରୋସଫ୍ଟ ଏବେ Windows 7ର ସପୋର୍ଟ ବନ୍ଦ କରିବାକୁ ପ୍ରସ୍ତୁତି କରିସାରିଲାଣି। ଏହା ସପୋର୍ଟ ମଧ୍ୟ ଠିକ୍‌ ସେହିପରି ବନ୍ଦ କରାଯିବ ଯେପରି Windows XP ଓ Vistaକୁ ବନ୍ଦ କରାଯାଇଥିଲା।

ଗତବର୍ଷ ଜୁନ୍‌ ମାସରେ ମାଇକ୍ରୋସଫ୍ଟ Windows 7 ପାଇଁ ଅଫିସିଆଲ୍ ଫୋରମ୍‌ ସପୋର୍ଟ ବନ୍ଦ କରିଦେଇଥିଲା। ଏହି ଫୋରମ୍‌ରେ ଲୋକ ନିଜ ସମସ୍ୟାକୁ ନେଇ ଯାଉଥିଲେ ଓ ଏକ୍ସପର୍ଟସ ଏହାର ସମାଧାନର ଉପାୟ ବତାଉଥିଲେ। ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ମସିହା ଜାନୁଆରୀ ୧୪ଠୁ ମାଇକ୍ରୋସଫ୍ଟ ଆଉ Windows 7 ପାଇଁ ସପୋର୍ଟ ଦେବନାହିଁ। ଅର୍ଥାତ୍‌ ଆପଣଙ୍କୁ ଅପଡେଟ୍‌ସ ମିଳିବ ନାହିଁ। ହେଲେ ଏଥିପାଇଁ ଯଦି ଟଙ୍କା ପୈଠ କରନ୍ତି ତେବେ ଏହା ମିଳିପାରେ।

ମାଇକ୍ରୋସଫ୍ଟ କମ୍ପାନୀ ୨୦୦୯ରେ ଜୁଲାଇ ୭ରେ Windows 7 ଆରମ୍ଭ କରିଥିଲା। ଏହା ପରେ Windows 8 ଆସିଥିଲା ପୁଣି 8.1 ଆସିଥିଲା ଓ ଏହାପରେ ୨୦୧୫ ଜୁଲାଇରେ କମ୍ପାନୀ Windows 10 ଆଣିଥିଲା। ଏବେ କମ୍ପାନୀ Windows 7 Extended Security Updates ବିକ୍ରି କରିବ।ଆଉ ଏଥିପାଇଁ ଆପଣଙ୍କୁ ପ୍ରତିମାସରେ ଟଙ୍କା ଦେବାକୁ ହେବ। ଏଭଳି ଏଥିପାଇଁ ହେବ କାରଣ ଏଣ୍ଟରପ୍ରାଇଜ୍‌ ୟୁଜର୍ସ ଏହି ଅପରେଟିଂ ସିଷ୍ଟମକୁ ଲମ୍ବା ସମୟରୁ ବ୍ୟବହାର କରିଆସୁଛନ୍ତି। ଆଉ ଆଗକୁ ମଧ୍ୟ ଏହାକୁ ହଟାଇବା ସହଜ ହେବ ନାହିଁ।

ମାଇକ୍ରୋସଫ୍ଟର କହିବା ଅନୁଯାୟୀ, ‘ଆପଣ Windows 7 ବ୍ୟବହାର କରିପାରିବେ ହେଲେ ସପୋର୍ଟ ଶେଷ ହେବାପରେ, ଆପଣଙ୍କ କମ୍ପ୍ୟୁଟର ସୁରକ୍ଷା ଦୃଷ୍ଟିରୁ ବିପଦରେ ରହିବ।’ ଏଭଳି ହେବାର କାରଣ, କମ୍ପାନୀ ଅନେକ ଦିନ ହେବ Windows 7ରେ କୌଣସି ନୂଆ ଫିଚର ଦେଉନାହିଁ। କମ୍ପାନୀ ଅନୁଯାୟୀ Windows 7 ସପୋର୍ଟ ବନ୍ଦ ହେବା ପରେ ମଧ୍ୟ ଇନ୍‌ଷ୍ଟଲେଶନ୍ ଓ ଆକ୍ଟିଭେସନ୍‌ କରାଇପାରିବେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ, ମାଇକ୍ରୋସଫ୍ଟ ଅପରେଟିଂ ସିଷ୍ଟମ୍ ହେଉଛି Windows 10। କମ୍ପାନୀ ଚାହୁଁଛି ଯେ ଲୋକମାନେ ଏହାକୁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ। ଏହାପରେ Windows 8.1 ୨୦୨୩ ମସିହା ଜୁନ୍‌ ୧୦ ପର୍ଯ୍ୟନ୍ତ ସିକ୍ୟୁରିଟି ଅପ୍‌ଡେଟ୍‌ ଦେବ, ଯାହାପରେ ଏଥିପାଇଁ ମଧ୍ୟ ଅପଡେଟସ୍‌ ବନ୍ଦ କରିଦିଆଯିବ।



from Odisha Reporter http://bit.ly/2VWjvvx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages