୭ ବର୍ଷ ପରେ ମା’ ହେଲେ ଏକ୍‌ତା କପୁର, ଲେଖିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

୭ ବର୍ଷ ପରେ ମା’ ହେଲେ ଏକ୍‌ତା କପୁର, ଲେଖିଲେ…

ମୁମ୍ବାଇ: ଟେଲିଭିଜନ୍‌ କୁଇନ୍ ତଥା ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ଏକତା କପୁର ମା’ ହୋଇଛନ୍ତି। ଏହି ଖୁସିରେ ତାଙ୍କ ଗୋଡ଼ ଏବେ ତଳେ ଲାଗୁନି। ସେ ଜଣେ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ଏହି ଖୁସି ଶୁଣିବା ପରେ ଏକତାଙ୍କୁ ସିନେ ଓ ଟେଲି ଦୁନିଆରୁ ଶୁଭେଚ୍ଛାର ସୁଅ ଛୁଟିଛି।

ହେଲେ କଥାଟା ଆପଣଙ୍କୁ ଟିକେ ଅଡ଼ୁଆ ଲାଗୁଥିବ। ହଠାତ୍‌ ଏହି ଖବର ଶୁଣି ଆପଣ ଆଶ୍ଚର୍ଯ୍ୟ ହେବା ମଧ୍ୟ ସ୍ୱାଭାବିକ୍‌। କାରଣ ନିକଟରେ ଏକତାଙ୍କ ବାହାଘରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ହଠାତ୍‌ ସେ ମା’ ହେବା କଥା ଶୁଣି ଆପଣ ଅଡୁଆରେ ପଡିଥିବେ।
ବାସ୍ତବରେ ଏକତା କପୁର ନିଜ ଭାଇ ତୁଷାର କପୁରଙ୍କ ଭଳି ସରୋଗେସି ଜରିଆରେ ଏକ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ସରୋଗେସି ଜରିଆରେ ଗତ ଜାନୁଆରୀ ୨୭ ତାରିଖରେ ସେ ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଶିଶୁର ସ୍ୱାଗତ ପାଇଁ ସମ୍ପୂର୍ଣ୍ଣ କପୁର ପରିବାର ଜୋର୍‌ସୋର୍‌ରେ ଲାଗି ପଡ଼ିଛି।

ହେଲେ ଏବେ ଏକ୍‌ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି ଏକ୍‌ତା ମା’ ହେବା ପାଇଁ ସରୋଗେସିର ସାହାଯ୍ୟ କାହିଁକି ନେଇଛନ୍ତି ?

ଆପଣଙ୍କ ମନରେ ଠିକ୍‌ ସେଇ ପ୍ରଶ୍ନ ଉଙ୍କି ମାରୁଛି ନା ?

ହଁ, ଆପଣଙ୍କ ପ୍ରଶ୍ନର ଉତ୍ତର ବି ମିଳିଯାଇଛି।

ଏହି ପ୍ରଶ୍ନର ଉତ୍ତର ଏକ୍‌ତା ଟ୍ୱିଟରରେ ଜଣାଇଛନ୍ତି।  ସେ ଲେଖିଛନ୍ତି। ‘‘୭ ବର୍ଷ ଅପେକ୍ଷା ପରେ ଏହି ସ୍ୱପ୍ନ ପୂରା ହୋଇଛି। ସର୍ବ ପ୍ରଥମେ ଡାକ୍ତର ନନ୍ଦିତା ପାଲ୍‌ ସେଟ୍‌କର୍‌ଙ୍କୁ ଏଥିପାଇଁ ମୁଁ ଧନ୍ୟବାଦ ଜଣାଉଛି।’’

ଏହା ପରେ ଡାକ୍ତର ନନ୍ଦିତା ଲେଖିଥିଲେ । “ଏକତା ମୋ ପାଖକୁ ଅନେକ ବର୍ଷ ପୂର୍ବରୁ ଆସି ମା’ ହେବାର ଇଚ୍ଛା ବ୍ୟକ୍ତ କରିଥିଲେ। କିନ୍ତୁ କିଛି ଅସୁବିଧା କାରଣରୁ ଏହା ସମ୍ଭବ ହୋଇ ପାରି ନ ଥିଲା। ଯେଉଁଥିପାଇଁ ଆମେ ସରୋଗେସିର ସାହାଯ୍ୟ ନେଇଥିଲୁ।’’

ଯାହାର ଉତ୍ତରରେ ଏକତା  ଆହୁରି ଲେଖିଛନ୍ତି, ‘‘ଇଶ୍ୱରଙ୍କ କୃପାରୁ ମୋ ପ୍ରଫେସ୍‌ନାଲ୍‌ କ୍ୟାରିଅର ଖୁବ୍‌ ଭଲ ଚାଲିଛି। ଏବେ ମୋ ଜୀବନକୁ ଆସିଛି ମୋ ପୁଅ ରବି। ତା ସହ ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏ ସମୟରେ ମୋ ପରିବାର ଲୋକ ଖୁବ୍‌ ଖୁସି।’’

ଏହି ଖୁସି ଅବସରରେ ଏକ୍‌ତାଙ୍କ ବାପା ଜିତେନ୍ଦ୍ର ନିଜ ଖୁସି ଜାହିର୍‌ କରି କହିଛନ୍ତି, ‘ଏକ୍‌ତାଙ୍କୁ ତାଙ୍କ ନୂଆ ଜୀବନକୁ ସ୍ୱାଗତ। ଡାକ୍ତର ନନ୍ଦିତାଙ୍କୁ ମଧ୍ୟ ଅନେକ ଅନେକ ଧନ୍ୟବାଦ। ମୁଁ ଜେଜେ ଥିଲି ଏବେ ଅଜା ହୋଇଗଲି। ମୋ ଜୀବନ ସମ୍ପୂର୍ଣ୍ଣ ହୋଇଗଲା। ମୋ ପରିବାର ପୂରା ହୋଇଗଲା। ଲକ୍ଷ ଓ ରବି ମୋ ଆଖିର ଦୁଇଟି ତାରା। ମୁଁ ଏଥର ଶାନ୍ତିରେ ମରି ପାରିବି କାରଣ ମୋର ଦୁଇଟି ପିଲା ପାଖରେ ତାଙ୍କର ଦୁଇ ଶିଶୁ ଅଛନ୍ତି।’’

ଏକତାଙ୍କ ପୁଅ ନା’ ରବି ରହିବା ପଛର କାରଣ ମଧ୍ୟ କହିଛନ୍ତି ଜିତେନ୍ଦ୍ର। ଜ୍ୟୋତିଷ ଗଣନା ଅନୁଯାୟୀ ପୁଅର ନା’ ‘ର’ ରୁ ଆରମ୍ଭ ହେବା ଶୁଭ ବୋଲି କୁହାଯାଇଥିଲା। ତେଣୁ ଏକତାଙ୍କ ପୁଅର ନାଁ ରବି ରହିଛି।



from Odisha Reporter http://bit.ly/2UtWMFC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages