ଆସନ୍ତାକାଲି ମନ୍ତ୍ରିପରିଷଦ ଓ କ୍ୟାବିନେଟ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ଆସନ୍ତାକାଲି ମନ୍ତ୍ରିପରିଷଦ ଓ କ୍ୟାବିନେଟ ବୈଠକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଅନ୍ତରୀଣ ବଜେଟର ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଉଭୟ ମନ୍ତ୍ରିପରିଷଦ ଓ ମନ୍ତ୍ରିମଣ୍ଡଳ ବୈଠକରେ ଉପସ୍ଥିତ ରହିବା ପାଇଁ ଆଜି ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ୪ତାରିଖରୁ ବିଧାନସଭାର ସଂକ୍ଷିପ୍ତ ଅଧିବେଶନ ଆରମ୍ଭ ହେଉଥିବାବେଳେ ସରକାର ୭ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ବଜେଟରେ ଚାଷୀଙ୍କ ସାମାଜିକ ସୁରକ୍ଷା ପାଇଁ ଆବଶ୍ୟକ ଅର୍ଥ ବରାଦ ସହ ପ୍ରଥମ ୩ମାସ ପାଇଁ ପ୍ରାୟ ୩୨ହଜାର କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ସରକାର ଆଗତ କରିବେ ବୋଲି ସୂଚନା ମିଳିଛି। ସେହିପରି କ୍ୟାବିନେଟ ବୈଠକରେ କେତେକ ବିଲକୁ ମଞ୍ଜୁରୀ ମିଳିବ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2sWbcmi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages