
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଟ୍ରେନ୍ ଧକ୍କାରେ ଆଜି ପୁଣି ଗୋଟିଏ ମାଈ ହାତୀର ଜୀବନ ଯାଇଛି। ହାତୀପଲଙ୍କ ସହ ଟ୍ରାକ୍ ଅତିକ୍ରମ କରୁଥିବା ବେଳେ ଏକ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି। ଏପରି ଘଟଣା ଢେଙ୍କନାଳ ଜିଲ୍ଲାରେ ଘଟିଛି।
ଆଜି ରାତି ସାଢ଼େ ୭ଟା ବେଳେ ଏକ ହାତୀପଲ ସଦର ଥାନା ରେଞ୍ଜ ବାରଦା ଲେଭେଲ୍ କ୍ରସିଂଠାରୁ ୫୦୦ ମିଟର ଦୂରରେ ଟ୍ରାକ୍ ଅତିକ୍ରମ କରୁଥିଲେ। ଏହି ସମୟରେ ସେହି ଟ୍ରାକ୍ରେ ଆସୁଥିବା ଏକ ମାଲଗାଡ଼ି ମାଈ ହାତୀକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ମୃତ ହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଜଣାପଡ଼ିଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛି। ରେଳ ଲାଇନ୍ ଯାଇଥିବା ଅଞ୍ଚଳ ହାତୀ କରିଡର ହୋଇଥିବା ସତ୍ତ୍ୱେ କେଉଁ ପରିସ୍ଥିତିରେ ଟ୍ରେନ୍ ଧକ୍କାରେ ହାତୀର ମୃତ୍ୟୁ ହେଲା, ତାହାର ତଦନ୍ତ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

from Odisha Reporter http://bit.ly/2DNSUd3
No comments:
Post a Comment