
ଅକଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହେବା ପଛର ନାୟକ ଥିଲେ ସ୍ପିନିଂ ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା। କୃନାଲ୍ ୪ ଓଭର୍ରେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେବା ସହ ମାତ୍ର ୨୮ ରନ୍ ଦେଇଥିଲେ।
ଏଥିପାଇଁ ତାଙ୍କ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ମିଳିଥିଲା। ତେବେ ଏଭଳି ୩ଟି ୱିକେଟ୍ ନେଇ କୃନାଲ ନ୍ୟୁଜିଲ୍ୟାଣ୍ଡ ମାଟିରେ ଭାରତ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ଯାହା ପୂର୍ବରୁ କୌଣସି ଭାରତୀୟ ବୋଲର କରିପାରି ନଥିଲେ, କୃନାଲ ଅକଲ୍ୟାଣ୍ଡରେ ସେୟା କରି ଦେଖାଇଛନ୍ତି।
କୃନାଲ ପାଣ୍ଡ୍ୟାଙ୍କ ଟି-୨୦ କ୍ୟାରିୟରର ଏହା ଥିଲା ୮ମ ମ୍ୟାଚ। ଏହି ୮ମ ମ୍ୟାଚ୍ରେ ସେ ନ୍ୟୁଜିଲ୍ୟାଣ୍ଡ ମାଟିରେ ୩ଟି ୱିକେଟ୍ ଦଖଲ କରିଛନ୍ତି। ତେବେ କୃନାଲଙ୍କ ପୂର୍ବରୁ କୌଣସି ଭାରତୀୟ ବୋଲର ନ୍ୟୁଜିଲ୍ୟାଣ୍ଡ ମାଟିରେ ଟି-୨୦ରେ ଏପରି ୨ରୁ ଅଧିକ ୱିକେଟ୍ କେବେ ନେଇ ନଥିଲେ।
ତେଣୁ କୃନାଲ ପାଣ୍ଡ୍ୟା ଗୋଟିଏ ମ୍ୟାଚ୍ରେ ୩ଟି ୱିକେଟ୍ ନେଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଶୁକ୍ରବାର ମ୍ୟାଚ୍ରେ କୃନାଲ ପାଣ୍ଡ୍ୟା କଲିନ୍ ମନରୋ(୧୨), କେନ୍ ୱିଲିମସନ୍(୨୦) ଓ ଡାରିଲ ମିଚେଲ(୦)ଙ୍କ ଭଳି ତିନି ଜଣ ଟପ ଅର୍ଡର ଦବଙ୍ଗ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିଥିଲେ।
from Odisha Reporter http://bit.ly/2tbFBNs
No comments:
Post a Comment