
ଆବଶ୍ୟକ ସାମଗ୍ରୀ: ବାଇଗଣ କଟା, ଅଦା ରସୁଣ ପେଷ୍ଟ୍, ପିଆଜ କଟା, କଞ୍ଚା ଲଙ୍କା, ତେଲ, ଟମାଟୋ, ଖାସି ଚର୍ବି, ଜିରା ଧନିଆ ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚିନି, କସ୍ତୁରୀ ମେଥି, ଗରମ ମସଲା ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଲର ହେବା ପାଇଁ ସେଥିରେ ଅଳ୍ପ ଚିନି ପକାନ୍ତୁ। ଚିନି ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇଯିବା ପରେ ଅଦା ରସୁଣ ପେଷ୍ଟ୍ ପକାଇ କଷନ୍ତୁ। ତା’ପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଜିରା ଓ ଧନିଆ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ।
ତା’ପରେ ସେଥିରେ କଟା ଟମାଟୋ ପକାଇ ଭଲ ଭାବେ କଷନ୍ତୁ। ମସଲା କଷି ହୋଇଯିବା ପରେ ଧୁଆ ହୋଇ ରହିଥିବା ଚର୍ବିକୁ ପକାଇ ଗୋଳାଇ ଦିଅନ୍ତ। ଏହାପରେ ଅନ୍ୟ ଏକ ପାତ୍ରରେ ପାଣି ଗରମ କରି ସେଥିରେ ଗରମ ପାଣି ପକାଇ ଗୋଳାଇ ଦିଅନ୍ତୁ। ତକରକାରୀ ଫୁଟିବା ପରେ ବାଇଗଣ କଟା ଓ କସ୍ତୁରୀ ମେଥି ପକାଇ ଗୋଳେଇ ଏକ ଢାଙ୍କୁଣୀ ଘୋଡ଼େଇ ଦିଅନ୍ତୁ। ଖାସି ଚର୍ବି ବାଇଗଣ ସିଝି ପାଣି ପରିଯିବା ପରେ ତାକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଖାସି ଚର୍ବି ବାଇଗଣ ଲଟ୍ପଟ୍
from Odisha Reporter https://ift.tt/2In955v
No comments:
Post a Comment