ଭାରତ-ପାକ୍‌ ମ୍ୟାଚ୍‌ ନ ହେବା ଦାବି ଯୁକ୍ତିଯୁକ୍ତ: କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 20, 2019

ଭାରତ-ପାକ୍‌ ମ୍ୟାଚ୍‌ ନ ହେବା ଦାବି ଯୁକ୍ତିଯୁକ୍ତ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣ ଲୋକ ଓ ପୂର୍ବତନ କ୍ରିକେଟରଙ୍କ ପରେ ଏବେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ ଭାରତ ଓ ପାକ୍‌ ମ୍ୟାଚ୍‌ ନ ହେବା ସପକ୍ଷରେ ମତ ଦେଇଛନ୍ତି। ସେ କହିଛନ୍ତି, ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ସ୍ଥାପନ ନ ହେବା ପାଇଁ ଯେଉଁ ଦାବି ହେଉଛି, ତାହା ଯୁକ୍ତିଯୁକ୍ତ।
ଭାରତ ଓ ପାକିସ୍ତାନ ୨୦୧୩ରୁ କୌଣସି ଦ୍ୱିପାକ୍ଷିକ ସିରିଜ୍‌ ଖେଳୁ ନାହାନ୍ତି। କିନ୍ତୁ ଆଇସିସିର ବିଭିନ୍ନ ଇଭେଣ୍ଟରେ ଏମାନେ ମ୍ୟାଚ୍‌ ଖେଳୁଛନ୍ତି। ଆସନ୍ତା ବିଶ୍ୱକପ୍‌ରେ ମଧ୍ୟ ଦୁଇ ଦେଶ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ହେଲେ ଭାରତ ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ସହ କୌଣସି ପ୍ରକାରର ମ୍ୟାଚ୍‌ ଖେଳିବା ଠିକ୍‌ ନୁହେଁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି, “ମୁଁ କ୍ରିକେଟ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ। କେବଳ ମୁଁ ଏତିକି କହିବାକୁ ଚାହେଁ ଯେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ନ ହେବା ପାଇଁ ଯେଉଁ ଦାବି ହେଉଛି, ତାହା ଯୁକ୍ତିଯୁକ୍ତ। ଆଇସିସି ଓ ବିସିସିଆଇ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା ପରେ ନିଷ୍ପତ୍ତି ନେବା ଦରକାର। ମୁଁ ଭାବୁଛି ବର୍ତ୍ତମାନ ସ୍ଥିତିରେ କ୍ରିକେଟ ମ୍ୟାଚ୍‌ ଅସମ୍ଭବ। ଇମ୍ରାନ୍‌ ଖାନ୍‌ ପୁଲୱାମା ଆକ୍ରମଣକୁ ନିନ୍ଦା ମଧ୍ୟ କଲେନାହିଁ। ତେଣୁ ସେଭଳି ଦେଶ ସହ ନ ଖେଳିବା ବୋଧେ ଠିକ୍‌ ହେବ ନାହିଁ।”



from Odisha Reporter https://ift.tt/2NgAepv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages