ରାଜ୍ୟସଭା ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ, ଲୋପ ପାଇବ ନାଗରିକତ୍ୱ ଓ ଟ୍ରିପଲ ତଲାକ ବିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ରାଜ୍ୟସଭା ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ, ଲୋପ ପାଇବ ନାଗରିକତ୍ୱ ଓ ଟ୍ରିପଲ ତଲାକ ବିଲ୍‌

ନୂଆଦିଲ୍ଲୀ: ବିବାଦୀୟ ନାଗରିକତ୍ୱ ବିଲ୍‌ ଓ ଟ୍ରିପଲ ତଲାକକୁ ଉଚ୍ଛେଦ ପାଇଁ ଉଦ୍ଦିଷ୍ଟ ବିଲ୍‌ ବିଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏହି ଦୁଇ ବିଲ୍‌ ଲୋକସଭାରେ ପାସ୍‌ ହୋଇଥିବା ବେଳେ ଆଜି ରାଜ୍ୟସଭା ଶୀତ ଅଧିବେଶର ଶେଷ ଦିନରେ ଗୃହରେ ଆଗତ ହେବାର ଥିଲା। କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଏହା ଗୃହରେ ଉପସ୍ଥାପିତ ହୋଇପାରି ନାହିଁ।

ବିରୋଧୀଙ୍କ ହୋ-ହଲ୍ଲା ଯୋଗୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପରେ ରାଜ୍ୟସଭା ଅଧିବେଶନ ବସିବ। ତେଣୁ ଜୁନ୍‌ ୩ ପୂର୍ବରୁ ଏହି ଦୁଇ ବିଲ୍‌ ପାସ୍‌ ହୋଇପାରିବ ନାହିଁ । ଜୁନ୍‌ ୩ରେ ୧୬ତମ ଲୋକସଭାର ଅବଧି ଶେଷ ହୋଇଯିବ। ତେଣୁ ଏହି ବିଲ୍‌ ଦ୍ୱୟ ଆପେଆପେ ବିଲୋପ ହୋଇଯିବ।

କାରଣ ଯଦି ଏହି ଦୁଇ ବିଲ୍‌ ରାଜ୍ୟସଭାରେ ଉପସ୍ଥାପିତ ହୋଇଥାଆନ୍ତା କିନ୍ତୁ ଆଲୋଚନା ନ ହୋଇ ସ୍ଥଗିତ ରହିଥାଆନ୍ତା, ତ’ହେଲେ ରାଜ୍ୟସଭାର ପରବର୍ତ୍ତୀ ଅଧିବେଶନରେ ଏହା ଉପରେ ଆଲୋଚନା ହୋଇଥାଆନ୍ତା। କିନ୍ତୁ ଏଥର ସେମିତି ହୋଇନାହିଁ। ବିଲ୍‌ ଦ୍ୱୟ ଆଦୌ ରାଜ୍ୟସଭାରେ ଉପସ୍ଥାପିତ ହୋଇପାରିନାହିଁ। ତେଣୁ ଏହି ବିଲ୍‌ ଦ୍ୱୟ ଆପେଆପେ ବିଲୋପ ପାଇଯିବ।

ଆଜି ଶେଷ ଦିନରେ ରାଜ୍ୟସଭାରେ ସରକାର ଏହି ଦୁଇ ବିଲ୍‌ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ପ୍ରଥମେ ଆଜି ଗୃହରେ ରାଫେଲ ଡିଲ୍‌ ପ୍ରସଙ୍ଗରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା। ଏହାକୁ ନେଇ ଗୃହରେ ପ୍ରବଳ ନାରାବାଜି ହୋଇଥିଲା। ପରେ ଅଧ୍ୟକ୍ଷ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଏହି ବିଲ୍‌ ଦ୍ୱୟ ବିଲୋପ ପାଇଯିବା ଖବର ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରୁଥିବା ସଂଗଠନ ଗୁଡ଼ିକ ଉତ୍ସବ ପାଳିଥିଲେ। ବିଶେଷ କରି ନାଗରିକତ୍ୱ ସଂଶୋଧନ ବିଲ୍‌କୁ ବିରୋଧ କରୁଥିବା ଏକାଧିକ ସଂଗଠନ ରାଜ୍ୟସଭା ମୁଲତବୀ ପରେ ରାସ୍ତାକୁ ଆସି ମିଠା ବାଣ୍ଟିବା ସହ ବାଣ ଫୁଟାଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ବିରୋଧରେ ନାରାବାଜି କରିଥିଲେ।

ନାଗରିକତ୍ୱ ବିଲ୍‌ର ନିୟମ ଅନୁଯାୟୀ, ଧାର୍ମିକ ନିର୍ଯାତନା ସହି ନପାରି ୨୦୧୪ ଡିସେମ୍ବର ୩୧ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଓ ଆଫ୍ଗାନିସ୍ତାନରୁ ଭାରତକୁ ଚାଲି ଆସିଥିବା ହିନ୍ଦୁ, ଶିଖ୍,ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ୍ ସଂପ୍ରଦାୟଙ୍କୁ ଭାରତ ପକ୍ଷରୁ ନାଗରିକତ୍ୱ ପ୍ରଦାନ କରାଯିବ। ଏହା ଜାନୁଆର ୮ରେ ଲୋକସଭାରେ ପାସ ହୋଇଥିଲା।



from Odisha Reporter http://bit.ly/2X18aLh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages