ଚିଟଫଣ୍ଡ କ୍ଷତିଗ୍ରସ୍ତ ହତାଶ: ୧୯ରେ ବଡ଼ ଧରଣର ଆନ୍ଦୋଳନ ଲାଗି ଚାଲିଛି ସଜବାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ଚିଟଫଣ୍ଡ କ୍ଷତିଗ୍ରସ୍ତ ହତାଶ: ୧୯ରେ ବଡ଼ ଧରଣର ଆନ୍ଦୋଳନ ଲାଗି ଚାଲିଛି ସଜବାଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ଷୁଦ୍ର ଜମାକାରୀ ଚିହ୍ନଟ ହେବାକୁ ଆହୁରି  ୨ରୁ ୩ ବର୍ଷ ଲାଗିବ। ଗତକାଲି ଏପରି କିଛି ମନ୍ତବ୍ୟ ଦେଇଥିଲେ ଚିଟଫଣ୍ଡ କମିଶନ। ତାଙ୍କରଏପରି ମନ୍ତବ୍ୟ ପରେ ଜମାକାରୀ ଚିହ୍ନଟ ପ୍ରକିୟା ଶେଷ ହେବାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ। ଯଦି କେବଳ କ୍ଷୁଦ୍ର ଜମାକାରୀ ଚିହ୍ନଟ ହେବାକୁ ଆହୁରି  ୨ରୁ ୩ ବର୍ଷ ଲାଗିବ, ତେବେ ୨୦ ଲକ୍ଷ ଜମାକାରୀ ଚିହ୍ନଟ ହୋଇ ଟଙ୍କା କେବେ ଫେରିପାଇବେ ତା’ର ଉତ୍ତର କାହାରି ପାଖରେ ନାହିଁ।

ଏଭଳି ସ୍ଥିତିରେ ଟଙ୍କା ଫେରସ୍ତର ଶିଥିଳତାକୁ ନେଇ ପୁଣି ୧୯ ତାରିଖରୁ ବଡ଼ ଧରଣର ଆନ୍ଦୋଳନ ପାଇଁ ଜମାକାରୀ ସଂଘ ସଜବାଜ ହେଉଥିବା ଜଣାପଡ଼ିଛି।

ଶ୍ରୀଧର ନାୟକ ନାମକ ଜଣେ କ୍ଷତିଗ୍ରସ୍ତ କହିଛନ୍ତି, ଗୋଲଡେନ ଲ୍ୟାଣ୍ଡ ଚିଟଫଣ୍ଡ ସଂସ୍ଥାରେ ୭୮ ହଜାର ଟଙ୍କା ରଖିଥିଲେ। ୬ ବର୍ଷରେ ୨ ଗୁଣ ମିଳିବାର ଆଶା ଦେଖାଇଥିଲା ସଂସ୍ଥା। ହେଲେ ଲକ୍ଷ ଲକ୍ଷ ଜମାକାରୀଙ୍କ ପରି ଶ୍ରୀଧରଙ୍କ ଆଶା ମଉଳିବା ପରେ ଏବେ ସଂସ୍ଥାର ଅଫିସ ଆଗରେ ଅନ୍ୟ ଜମାକାରୀଙ୍କ ସହ ଧାରଣାରେ ବସିଛନ୍ତି। ଧାରଣାକୁ ୧୬ ଦିନ ବିତିଲାଣି। ହେଲେ ତାଙ୍କ ଦୁଃଖ କେହି ଶୁଣୁ ନଥିବାରୁ ଟଙ୍କା ଫେରିପାଇବା ଆଶା କ୍ଷୀଣ ହେବାରେ ଲାଗିଥିବା କହିଛନ୍ତି।

ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟାଳୟ ଦୃଶ୍ୟ ଦେଖିଲେ ଆଖିକି ବିଶ୍ୱାସ କରିପାରିବେ ନାହିଁ। ଆବେଦନ ପତ୍ରର ପାହାଡ଼ ଛିଡା ହୋଇଛି। ନାଁ ପଞ୍ଜିକରଣ ପାଇଁ କମିଶନଙ୍କ ପାଖରେ ଏବେ ନୂଆ କରି ଆବେଦନ କରିଛନ୍ତି ୬ ଲକ୍ଷ ଜମାକାରୀ। ପୂର୍ବରୁ କରିଥିଲେ ସାଢେ ୮ ଲକ୍ଷ। ସମୁଦାୟ ସାଢେ ୧୪ ଲକ୍ଷ ଜମାକାରୀ ନିଜ ନାଁ ପଞ୍ଜିକରଣ ପାଇଁ କମିଶନଙ୍କ ପାଖରେ ଆବେଦନ କରିଛନ୍ତି। ତେବେ ସେଥିରୁ ମାତ୍ର ୩ ଲକ୍ଷ ୬୧ ହଜାର ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି କମିଶନ। ଆଉ ଚିଟଫଣ୍ଡ କମ୍ପାନୀଙ୍କୁ ଡାକି ନିଜ ଉଦ୍ୟମରେ ୧୭୧୪ ଜଣଙ୍କୁ ଟଙ୍କା ଫେରାଇବାର ବ୍ୟବସ୍ଥା କରିଛନ୍ତି।

ସବୁ ଆବେଦନ ପତ୍ର ଯାଞ୍ଚ କରି ଡିଜିଟାଇଜ କରି ଏଥରୁ କେବଳ କ୍ଷୁଦ୍ର ଜମାକାରୀ ଚିହ୍ନଟ ପାଇଁ ଆଉ ୨ରୁ ୩ ବର୍ଷ ଲାଗିଯିବ ବୋଲି ଖୋଦ୍ କମିଶନ କହିବା ପରେ ଏବେ ପ୍ରଶ୍ନ ଉଠୁଛି ସବୁ ଜମାକାରୀ ଟଙ୍କା ଫେରିପାଇବେ କେବେ ?

ଅର୍ଥ ବିଭାଗର ସୂଚନା ଅନୁସାରେ ସରକାରୀ ସ୍ତରରେ ରୋଜଭ୍ୟାଲି ସଂସ୍ଥାର ପ୍ରାୟ ୨ ଲକ୍ଷ ୩୮ ହଜାର କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ କମ୍ପାନୀର ବ୍ୟାଜାପ୍ତି ହୋଇଥିବା ସମ୍ପତ୍ତିରୁ ଟଙ୍କା ଫେରାଇବା ପ୍ରକିୟା ଆରମ୍ଭ ହୋଇଛି। ତଥ୍ୟ କହୁଛି ବାଲେଶ୍ୱର ଜିଲ୍ଲାର ରୋଜଭ୍ୟାଲିରେ ୧୦ ହଜାରରୁ କମ୍ ଟଙ୍କା ରଖିଥିବା ଜମାକାରୀଙ୍କ ଭିତରୁ ୬,୩୫୦ ଜଣଙ୍କୁ ୨ କୋଟି  ୩୧ ଲକ୍ଷ ଟଙ୍କା ଫେରସ୍ତ ହୋଇଛି।

ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହୁଛନ୍ତି ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ସରକାର କର୍ପସ ପଣ୍ଡରୁ ୧୦ ହଜାର ଲେଖାଏ ଟଙ୍କା ଫେରସ୍ତ କରିଛନ୍ତି।

ସେପଟେ ଟଙ୍କା ଫେରସ୍ତର ପ୍ରକିୟା ଓ ଶିଥିଳତାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, “ଏ କେବଳ କାଗଜ ଚାଷ କରିଛନ୍ତି। ଲୋକଙ୍କୁ ପ୍ରତାରଣା କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ୩୧୪ କୋଟି ଟଙ୍କାର କର୍ପସ ଫଣ୍ଡ କରିଥିଲେ। ଟଙ୍କାଟେ ବି ଫେରାଇ ନାହାନ୍ତି।”

ପିସିସି ମୁଖପାତ୍ର ଅଶୋକ ସାମଲ କହିଛନ୍ତି, “ଲୋକଙ୍କୁ ଭୂଆଁ ବୁଲାଇବାକୁ ଗୋଟେ କମିଶନ ବସାଇଛନ୍ତି। ଅଧିକ ୩ ବର୍ଷ ଲାଗିଲେ କମିଶନଙ୍କ ପଛରେ ଟଙ୍କା ଖର୍ଚ୍ଚ ହେବ ନା ନାହିଁ ? ଯାଞ୍ଚ ନାଁରେ କମିଶନ କେତେ ଟଙ୍କା ନେଲେଣି ବର୍ତ୍ତମାନ ସୁଦ୍ଧା ? ହେଲେ ଜମାକାରୀଙ୍କୁ ଟଙ୍କାଟେ ମିଳିନାହିଁ। ଜମାକାରୀ ତାଙ୍କ ଟଙ୍କା ଫେରି ଆପାନ୍ତୁ ବୋଲି ଏ ସରକାର ଚାହୁଁନାହାନ୍ତି।”

ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଜମାକାରୀ ଚିଟ୍‌ଫଣ୍ଡ ଜାଲରେ ପଡ଼ି ୨୦ ହଜାର କୋଟି ଟଙ୍କା ହରାଇଛନ୍ତି। ୪୪ଟି ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ କରୁଛି। ତେବେ ପ୍ରଶ୍ନ ଉଠୁଛି ଏ ମହା ଠକେଇର କ୍ଷତିଗ୍ରସ୍ତଙ୍କୁ ସରକାର କେବେ ଚିହ୍ନଟ କରିବେ ଓ କେବେ ଟଙ୍କା ଫେରସ୍ତ କରିବେ।



from Odisha Reporter http://bit.ly/2RWTyJ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages