
ଝାରସୁଗୁଡ଼ା/ଲଖନପୁର (ଓଡ଼ିଶା ରିପୋର୍ଟର): ଏକ ଟ୍ରକ୍ ଓ ପୁଲିସ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଅଛନ୍ତି। ସମସ୍ତ ମୃତାହତ ହେଉଛନ୍ତି ପୁଲିସ୍ କର୍ମଚାରୀ।
ଆଜି ସକାଳ ପ୍ରାୟ ୬ଟା ବେଳେ ବେଲପାହାଡ଼ର ଏକ ପେଟ୍ରୋଲ୍ ପମ୍ପ ନିକଟରେ ଏନ୍ଏଚ୍-୪୯ରେ ଏହି ଦୁର୍ଘଟଣା ଘଟିଥିଲା। ଏତେ ଜୋରରେ ଧକ୍କା ହୋଇଥିଲା ଯେ ପୁଲିସ୍ ଭ୍ୟାନ୍ର ସମ୍ମୁଖ ଭାଗ ପୂରା ନଷ୍ଟ ହୋଇଯାଇଛି।
ଆହତମାନଙ୍କୁ ଟିଆର୍ଏଲ୍ ହସ୍ପିଟାଲ୍ ଓ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଭ୍ୟାନ୍ରେ ପ୍ରାୟ ୪୦ ଜଣ ପୁଲିସ୍ କର୍ମଚାରୀ ଥିଲେ। ସେମାନେ ସମସ୍ତେ ଝାରସୁଗୁଡ଼ା ଓଏସ୍ଏପି ସେକେଣ୍ଡ ବାଟାଲିଅନ୍ର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେମାନେ ଝାରସୁଗୁଡ଼ାରୁ ବନହରପାଲି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
from Odisha Reporter https://ift.tt/2UjG3W5
No comments:
Post a Comment